ତଳିଆ ଅଂଚଳ ବୁଲି ଦେଖିଲେ ବ୍ଲକ ପ୍ରଶାସନ
ନାଉଗାଁ,(ଓ୍ବାଇଏନ୍ଏସ୍): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ନାଉଗାଁ ବ୍ଲକର ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି । ବର୍ଷା ଯୋଗୁଁ ଅନେକ କଚ୍ଚାଘର ଭାଙ୍ଗି ଯାଇଥିବା ବେଳେ ତଳିଆ ଅଂଚଳର ବହୁ ପରିବାର ଜଳ ବନ୍ଦୀ ହୋଇରହିଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବିଡିଓ ରଶ୍ମୀରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା ତଳିଆ ଅଂଚଳ ବୁଲି ଦେଖିବା ସହିତ ଜଳ ଘେରରେ ଥିବା ଜନସାଧାରଣଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ଜଳ ଘେରରେ ଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି ।


