ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ବିଶାଖାପାଟଣା ଯାଇ ଇଷ୍ଟକୋଷ୍ଟ ରେଲୱେ ରଡି ଆର ଏମ ଙ୍କୁ ଭେଟିଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଗଜପତି ଜିଲ୍ଲାର ଏକ ଦଳ ବିଶାଖାପାଟଣା ଯାଇ ଇଷ୍ଟକୋଷ୍ଟ ରେଲୱେର ୱାଲଟର୍ ଡିଭିଜନର ରେଳଭବନରେ ଡିଆରଏମ ଙ୍କୁ ସାକ୍ଷାତ କରିଥିଲେ । ମଧ୍ୟାହ୍ନ ୧ଘଣ୍ଟା ସମୟରେ ୱାଲଟର ଡିଭିଜନ ଗୁର ରେଳ ଭବନରେ ସେମାନେ ଡିଆରଏମ ଅନୁପ କୁମାର ଶତପଥିଙ୍କୁ ଭେଟି ପଲାସା-କଟକ-ପଲାସା ଯାତାୟତ କରୁଥିବା ମୋମୋ ଟ୍ରେନକୁ ପାରଳାଖେମୁଣ୍ଡି ଦେଇ ଗୁଣୁପୁରକୁ ସମ୍ପ୍ରସାରଣ କରିଥିବାରୁ ଫୁଲତୋଡା ପ୍ରଦାନ କରି ଧନ୍ୟବାଦ ଜଣାଇଥିଲେ । ଏହାପରେ ସେମାନେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, କାଶୀନଗର ସମେତ ଅନ୍ୟ ରେଳଷ୍ଟେସନ ରାସ୍ତାରେ ଆଲୋକୀକରଣ, ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଓ ସ୍ୱୟଂଚାଳିତ ଟିକେଟ ବିକ୍ରୟ ବ୍ୟବସ୍ଥା କରିବା ପାଇଁ ଡିଆରଏମଙ୍କୁ ଅନୁରୋଧ କରିଥିଲେ । ଏହାସହ ସପ୍ତାହରେ ତିନିଦିନ ବିଶାଖାପାଟଣା-ସିକନ୍ଦରାବାଦ-ନାନ୍ଦେଡ ଯାଉଥିବା ଟ୍ରେନକୁ ପାରଳାଖେମୁଣ୍ଡି ସମ୍ପ୍ରସାରଣ କରିବାକୁ ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନ ଙ୍କ ଯାଇଥିବା ପ୍ରତିନିଧି ଦଳ ଡିଆରଏମଙ୍କୁ ଅନୁରୋଧ କରିଥିଲେ । ଡିଆରଏମ ଶ୍ରୀ ଶତପଥି ଏହି ଦାବୀଗୁଡିକୁ ତୁରନ୍ତ ସମାଧାନ କରିବା ନିମନ୍ତେ ସେମାନଙ୍କୁ ପ୍ରତିଶୃତି ଦେବାସହ ଗଜପତି ଜିଲ୍ଲାରେ ଥିବା ସମସ୍ତ ରେଲୱେ ଷ୍ଟେସନ ଗୁଡିକରେ ପରିଷ୍କାର ଓ ସ୍ୱଚ୍ଛତା ରଖିବା ନିମନ୍ତେ ସହଯୋଗ କରିବାକୁ କହଥିଲେ ।ପ୍ରାୟ ଦେଢ ଘଣ୍ଟାରୁ ଉର୍ଦ୍ଦ ସମୟ ଧରି ଆଲୋଚନା ହୋଇଥିଲା । ଏଥିରେ ପାରଳାଖେମୁଣ୍ଡି ପୌରପାଳିକାର ପୂର୍ବତନ କାଉନସିଲର ତଥା ବିଜେପି ନେତ୍ରୀ କେ ପୂଣ୍ୟବତୀ, ଏ ରୋଜା, ସୁନୀଲ କୁମାର ପଟନାୟକ, ସନ୍ତୋଷ କୁମାର ଜେନା, କେ ଯୁବରାଜ, ପି କ୍ରାନ୍ତି, କେ ରାମା ଓ କାଶିନଗର ସହରର କନ୍ୟା କୁମାରୀ ସାହୁଙ୍କ ସମେତ ୧୪ରୁ ଉର୍ଦ୍ଦ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନ ଗଜପତି ଜିଲ୍ଲାରେ ଥିବା ବିଭିନ୍ନ ରେଳଷ୍ଟେସନ ଗୁଡିକର ବିକାଶ ଓ ନୂତନ ରେଳ ଚଳାଚଳ କରିବା ନିମନ୍ତେ ୧୦ବର୍ଷର୍ରୁ ଉର୍ଦ୍ଦ ସମୟ ହେଲା ଆନ୍ଦୋଳନ କରିଆସୁଛନ୍ତି । ଏପରିକି ତାଙ୍କ ସମେତ ସୁନୀଲ କୁମାର ପଟନାୟକ,ସନ୍ତୋଷ କୁମାର ଜେନା, ଏ ରୋଜା, କନ୍ୟା କୁମାରୀ ସାହୁଙ୍କ ସମେତ ୭ଜଣ ଗତ କିଛିଦିନ ପୂର୍ବେ ଗଜପତି ଜିଲ୍ଲାରେ ଅଧିକ ରେଳ ଚଳାଚଳ ଓ ଅନ୍ୟ ପ୍ରମୁଖ ଆନୁଷଙ୍ଗିକ ସମସ୍ୟା ଗୁଡିକ ସମାଧାନ କରିବା ଦାବୀରେ ଆନ୍ଦୋଳନ କରିଥିବାରୁ ରେଳ ବିଭାଗ ତରଫରୁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା


