ଆଇନ୍ ଶୃଙ୍ଖଳା ବିପର‌୍ୟ୍ୟସ୍ତ ବିରୁଦ୍ଧରେ ଜିଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଯାଜପୁର . (ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଆଇନ ଶୃଙ୍ଖଳା ବିପର‌୍ୟ୍ୟସ୍ତ ବିରୁଦ୍ଧରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ସାରା ରାଜ୍ୟର ପ୍ରତ୍ୟକ ଜିଲ୍ଲାର ସଦର ମହକୁମା ଠାରେ ଏହାର ପ୍ରତିବାଦ ସଭା ଓ ଗଣଧାରଣାର ଆୟୋଜନ କରାଯାଇଥିଲା ଦୀର୍ଘ ୧୯ ବର୍ଷ ଧରି କ୍ରମାଗତ ଭାବେ ବିଜୁ ଜନତା ଦଳ ରାଜ୍ୟରେ ଶାସନ କରୁଥିଲେ ମଧ୍ୟ ଶିଶୁ.ନାବାଳିକା ଓ ନାରୀ ନିର‌୍ୟ୍ୟାତନା. ବଳାତ୍କାର.ଗଣ ବଳାତ୍କାର. ଅପହରଣ ଓ ନିଖୋଜ ଘଟଣା ସହ ସଂପ୍ରତି ଆଇନ୍ ଗୃଙ୍ଖଳା ପରିସ୍ଥିତି ଅନିୟମିତତା ଓ ସଂପୁର୍ଣ୍ଣ ବିପର‌୍ୟ୍ୟନ୍ତ ହୋଇପଡ଼ିବା ରାଜ୍ୟବାସୀଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା . ପ୍ରକାଶ ଥାଉକି ପ୍ରତ୍ୟକ ଦିନ.୬ଜଣ ମହିଳା ବଳାତ୍କାର ଶିକାର ହେଉଥିବା ବେଳେ ଚଳିତବର୍ଷ ୫୦୨ ଜଣ ନିଖୋଜ ହୋଇଥିବା ଶିଶୁଙ୍କ ମଧ୍ୟରୁ ୪୨୩ ଜଣ ଶିଶୁଙ୍କୁ ଖୋଜି ନପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା . ଓ ଏହା ପୋଲିସ ବିଭାଗର ଅପାରଗତା କୁ ପ୍ରମାଣିତ କରୁଛି । ମାକୁ ସମ୍ମାନ ଦେବାର ନା ରାଏ ସରକାର ରେ କିପରି ପ୍ରତିପାଦିତ ହୋଇପାରିଛି ଏଥିରୁ ସ୍ପଷ୍ଟ ଅନୁମେୟ. କ୍ଷମତା ର ଅହଂକାରରେ ନାବାଳିକା .ଶିଶୁ ଓ ମହିଳାଙ୍କ ସୁରକ୍ଷା. ସମ୍ମାନ ଓ ସ୍ଵାଭିମାନ ପ୍ରତି ଏପରି ଚରମ ଅବହେଳା କୁ ଭାରତୀୟ ଜାତୀୟ କଂଗ୍ରେସ କଦାପି ବରଦାସ୍ତ କରିବ ନାହିଁ ଏହି ପ୍ରତିବାଦରେ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରିଛି ଜିଲ୍ଲା କଂଗ୍ରେସ.ଯଦି ଏଭଳି ଘଟଣା ନିରାକରଣ ଦିଗରେ ଆବଶ୍ୟକ ଦୃଢ କାର‌୍ୟ୍ୟାନୁଷ୍ଠାନ ରାଜ୍ୟ ସରକାର ନ ନିଅନ୍ତି. ତେବେ ଆଗାମୀ ଦିନରେ ପଲ୍ଲି ଠାରୁ ଜିଲ୍ଲା ଓ ରାଜ୍ୟ ସ୍ତରରେ କଂଗ୍ରେସ ଦଳ ଓଡ଼ିଶା ବନ୍ଦ ଡାକରା ଦେବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି.ଏହି ବିକ୍ଷୋଭରେ ଜିଲ୍ଲା କଂଗ୍ରେସର ସଭାପତି ମନୋଜ ରାଉତ . ବିଧାନସଭାର କଂଗ୍ରେସ ପାର୍ଥୀ ସନ୍ତୋଷ ନନ୍ଦ. ବଳଭଦ୍ର ଦାସ .ବିଷ୍ଣୁ ରାଉଜ୍. ବିଳାସ ରାଉତରାୟ, ଭାଷ୍କର ମହାନ୍ତି . ବିଭୁତି ମହାପାତ୍ର . ପ୍ରତିମା କର.ଦିଗମ୍ବର କର.ସଂଗ୍ରାମ ସାହାଣି ଆଲୋକ ବୋହେରା. ହୃଷିକେଷ ପତି.ମାନସ ରଞ୍ଜନ ପଣ୍ଡା : ବିଜୟ କୁମାର ମହାପାତ୍ର କପିଳେଶ୍ଵର ଦଳାଇ . ଗଦାଧର ଦାସ ପ୍ରଭୃତି ଶତାଧିକ ବଳିଷ୍ଠ କର୍ମୀ ଯୋଗ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ