ଆଉ ନାହାନ୍ତି ଫଟୋଗ୍ରାଫର କାଳୀପ୍ରସାଦ ମିଶ୍ର

ଓଡିଶା ଫଟୋଗ୍ରାଫି ଦୁନିଆକୁ ନୂଆ ଦିଗଦର୍ଶନ ଦେଇଥିବା ବିଶିଷ୍ଟ ଫଟୋଗ୍ରାଫର ତଥା ବହୁ ଲୋକପ୍ରିୟ ଓଡ଼ିଆ ପତ୍ରିକାର ପ୍ରଚ୍ଛଦ ନିର୍ମାତା କାଳୀପ୍ରସାଦ ମିଶ୍ର ଆଉ ନାହାନ୍ତି । ଦୀର୍ଘଦିନ ହେବ ସେ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ସୋମବାର ବ୍ରହ୍ମପୁରଠାରେ ତାଙ୍କର ମୃତ୍ୟୁ ହୋଇଛି। ସେ ବିଗତ ତିନି ଦଶନ୍ଧିଧରି ନିଜର ଫଟୋଗ୍ରାଫିର ମ୍ୟାଜିକରେ ଲୋକଙ୍କ ହୃଦୟକୁ ବାନ୍ଧି ରଖିଥିଲେ । ଫଟୋଗ୍ରାଫି ପାଇଁ ନିଜର ବ୍ୟାଙ୍କ ଚାକିରି ଛାଡିବାକୁ ମଧ୍ୟ ପଛେଇନଥିଲେ । ସେ ନିଜର ନିଖୁଣ ଫଟୋଗ୍ରାଫି ମାଧ୍ୟମରେ ରାଜ୍ୟର କଳା , ସଂସ୍କୃତି , ଐତିହ୍ୟ, ପରମ୍ପରାର ଚିତ୍ରତ୍ତୋଳନ କରି ଆଗାମୀ ପିଢୀ ପାଖରେ ପହଞ୍ଚାଇବାକୁ ପ୍ରୟାସ କରିଥିଲେ। ସଚିତ୍ର ବିଜୟା ଓ କାଦମ୍ୱିନୀର ବହୁ ପ୍ରଛଦରେ ଚିତ୍ରଶିଳ୍ପୀଙ୍କ ସ୍ୱାକ୍ଷର ରହିଥିଲା । କାଳୀପ୍ରସାଦ ମିଶ୍ରଙ୍କ ବିୟୋଗରେ ରାଜ୍ୟର ବହୁ ବରିଷ୍ଠ କଳାକାର, ଶିଳ୍ପୀ,ସାମ୍ୱାଦିକ ଓ ବୁଦ୍ଧିଜୀବୀ ଶୋକବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ