‘ଆକାଂକ୍ଷା’ ଆନୁକୁଲ୍ୟରେ ଗୁରୁ ପୂଜନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ଅନୁଷ୍ଠାନ ଆକାଂକ୍ଷା ମହିଳା ସଙ୍ଗଠନ ତରଫରୁ ବଡବ୍ରାହ୍ମଣ ସାହି ଠାରେ ଥିବା କାର୍ଯ୍ୟାଳୟରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆକାଂକ୍ଷାର ଉପଦେଷ୍ଟା ଛାୟାବତୀ ସାହୁଙ୍କ ତତ୍ତ୍ୱାବଧାନରେ ସଭାନେତ୍ରୀ ଭାରତୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁ ପୂଜନ ସମାରୋହ ହୋଇଥିଲା । ଆକାଂକ୍ଷା ଓ ନାରୀ ସଶକ୍ତିକରଣ ସହ ଗୁରୁଦିବସ ପାଳନ ତାତ୍ପର୍ଯ୍ୟ ନେଇ ସମ୍ପାଦିକା ତନୁଜା ଶତପଥୀ ଉଦ୍‌ବୋଧନ ଦେଇଥିଲେ । ଗୁରୁ ପୂଜନ କାର୍ଯ୍ୟକ୍ରମରେ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଶିକ୍ଷାର ଗୁଣାତ୍ମମାନ ବୃଦ୍ଧି ପାଇଁ ବର୍ତ୍ତମାନ ପାରଳାଖେମୁଣ୍ଡି ପଦ୍ମନାଭ ଗଜପତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନଶିକ୍ଷୟତ୍ରୀ ଜେ.ନର୍ମଦା ଦାସଙ୍କୁ ଶ୍ରେଷ୍ଠ ଗୁରୁ ଭାବେ ପୂଜନ କରାଯାଇ ଉପଢୈକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ପ୍ରଫୁଲ ବେବର୍ତ୍ତା, ମାନସୀ ପଣ୍ଡା, ସୁଷମା, ମୀନା ପ୍ରମୁଖ ପରିଚାଳନା କରିଥିଲେ । ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ