ଆକାଂକ୍ଷା ପକ୍ଷରୁ ରଜ ଉତ୍ସବ ପାଳନରେ ରଜ ଦୋଳି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ଆକାଂକ୍ଷା ପକ୍ଷରୁ ରାମ ସାଗର ନିକଟସ୍ଥ ନୂଆ କେରାଣ୍ଡି ନାୟକ ଗ୍ରୀନ ଉଡ ପାର୍କ ରେ ରଜ ଉତ୍ସବ ୨୦୨୪ ପାଳିତ ହୋଇଯାଇଛି। ଏଥି ଅବସରରେ ରଜଦୋଳି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା। ଏଥିରେ କୁନି କୁନି ଶିଶୁ, କିଶୋରୀ ଓ ବୋହୂ ମାନଙ୍କୁ ମେହେନ୍ଦି, ଅଳତା,ଟିକିଲି ଲଗାଇ ସଜ୍ଜିତ କରାଯାଇଥିଲା। ଉତ୍ସବ ର ମୁଖ୍ୟ ଆକର୍ଷଣ ଥିଲା ରଜ ପୋଡ଼ ପିଠା, କାକରା, ଗଜା, ଲଡୁ ଆରିସା ଓ ଅନ୍ୟାନ୍ୟ ମିଠା। ଏହା ସହିତ ମିଠା ରଜପାନ ଉତ୍ସବ ର ଅନ୍ୟ ଆକର୍ଷଣ ଥିଲା। ଝିଅ ବୋହୁ ମାନେ ରଜଦୋଳି ରେ ବସି ଝୁଲିବା ସହିତ ସୁନ୍ଦର ସ୍ଵର ରେ ଗୀତ ଗାନ କରିଥିଲେ ଏବଂ ମହିଳା ମାନେ ଏକାଠି ହୋଇ ମଧ୍ୟ ନାଚି ଉଠିଥିଲେ। ଭରପୁର ଆନନ୍ଦ ଉଲ୍ଲାସ ର ସହିତ ରଜ ଉତ୍ସବ ପାଳନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭାନେତ୍ରୀ ଶ୍ରୀମତୀ ଆଶା ଲତା ପାଣିଗ୍ରାହୀ, ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ, ଉପଦେଷ୍ଟା ଶ୍ରୀମତି ସ୍ଵର୍ଣ୍ଣ ପ୍ରଭା ପାଠୀ କୋଷାଧ୍ୟକ୍ଷ ସରିତା ପାଣିଗ୍ରାହୀ, ସୁନୀତା ବେହେରା, ବବିତା ପୁରୋହିତ, ସଙ୍ଗୀତା ପାତ୍ର, ପ୍ରଭାବତୀ ପଟ୍ଟନାୟକ, ଛନ୍ଦା ଟହଲ, ଡ଼ଲି ଭୁଆଁ ,ସୀବାନୀ ରଥ ଓ ଅନ୍ୟାନ୍ୟ ସମସ୍ତ ସଦସ୍ୟ ମାନେ ଅଂଶ ଗ୍ରହଣ କରି ସଫଳ ରୂପାୟନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ