ପାରଳା ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ଐତିହ ମହେନ୍ଦ୍ରଗିରି ତୀର୍ଥସ୍ଥଳୀ ଭ୍ରମଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଐତିହ ସମ୍ପର୍ଣ୍ଣ ପ୍ରକୃତି ନିୟନ୍ତ୍ରଣକାରୀ ମହେନ୍ଦ୍ରଗିରି ଠାରେ ଲକ୍ଷ୍ମୀ ବାବାଙ୍କ ନିମନ୍ତ୍ରଣ କ୍ରମେ ରଜ ସଂକ୍ରାନ୍ତି ଅବସରରେ ପାରଳାଖେମୁଣ୍ଡି ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ମହେନ୍ଦ୍ରଗିରି ତୀର୍ଥସ୍ଥଳୀ ଭ୍ରମଣ କରାଯାଇଥିଲା. ଏଥିରେ ଅଖିଳ ଭାରତୀୟ ସନ୍ଥ ସମ୍ମିଳନୀରେ ଅଂଶଗ୍ରହଣ ସହିତ ବିଭିନ୍ନ କାର୍ଯକ୍ରମ କରାଯାଇଥିଲା. ସନ୍ଥ ଓଁକାରନାଥ ଏବଂ ସାଧ୍ୱୀ ଅନିତା ଦେବୀଙ୍କ ମାର୍ଗଦର୍ଶନରେ ପ୍ରକୃତି ଓ ପୌରାଣିକ ବିଷୟ ଗୁଡ଼ିକ ପିଲାମାନେ ଶିକ୍ଷା ଗ୍ରହଣ କରିଥିଲେ।ସମସ୍ତ କାର୍ଯ୍ୟକ୍ରମ କେନ୍ଦ୍ରର ପୁରୋଧା ହରେ ରାମ କୃଷ୍ଣ ଚୌଧୁରୀଙ୍କ ଦ୍ଵାରା ପରିଚାଳନା ହୋଇଥିଲା


