ଆକାଶ କୋଚିଂ ଇନଷ୍ଟିଟ୍ୟୁଟ ପକ୍ଷରୁ ନିୟାମତପୁର ଅଗ୍ନିବିପନ୍ନଙ୍କୁ ସହାୟତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ରାଜଗଡ ପଂଚାୟତର ନିୟାମତପୁର ଗ୍ରାମରେ ଗତ ବୁଧବାର ଆକସ୍ମିକ ଅଗ୍ନିକାଣ୍ଡ ଘଟି ଏଥିରେ ୨୦ଟି ପରିବାରର ବାସଗୃହ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା । ଏ ସମ୍ପର୍କରେ ଖବରପାଇ କେନ୍ଦ୍ରାପଡାର ଆକାଶ କୋଚିଂ ଇନଷ୍ଟିଟ୍ୟୁଟର ନିର୍ଦେଶକ ବେଣୁଧର ସାହୁ ଓ ସମାଜସେବୀ ସୂର୍ଯ୍ୟକାନ୍ତ ସାହୁ ନିୟାମତପୁର ଗ୍ରାମକୁ ଯାଇ ଅଗ୍ନିବିପନ୍ନ ପରିବାର ଗୁଡିକୁ ଶୁଖିଲା ଖାଦ୍ୟ ପୁଡିଆ ଚୂଡା, ଗୁଡ, ଆଳୁ, ପିଆଜ ଓ ବିସ୍କୁଟ ପ୍ରଭୃତି ପ୍ରଦାନ କରିଛନ୍ତି । ସ୍ଥାନୀୟ ସ୍ୱେଛାସେବୀ ରଞ୍ଜନ କୁମାର ସାହୁ ଓ ରାଜକିଶୋର ସାହୁ ଏବଂ ପ୍ରଜ୍ଞାପ୍ରୀୟ ଦାସ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନମାନଙ୍କୁ ଆକାଶ କୋଚିଂ ଇନଷ୍ଟିଟ୍ୟୁଟ ଏଭଳି ସହାୟତା ପ୍ରଦାନ କରିଥାଏ ।


