ଗ୍ଲେନ୍‌ମାର୍କ ପକ୍ଷରୁ ସମସ୍ତ ଅଭିଯୋଗକୁ ଖଣ୍ଡନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ପାର୍ଲାମେଂଟର ସଦସ୍ୟଙ୍କ ଚିଠିର ଉତରରେ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲସ ଲିମିଟେଡ୍‌ର କର୍ପୋରେଟ ବ୍ୟାପାର ବରିଷ୍ଠ ଉପସଭାପତି ଅନୁରାଗ ଖେର ଏକ ଚିଠି ସେଂଟ୍ରାଲ ଡ୍ରଗ୍ସ୍ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେଶନର ହେଲଥ ସର୍ଭିସ୍ ଡାରେକ୍ଟର ଜେନେରାଲ ଡ. ଭି.ଜି. ସୋମାନୀଙ୍କ ପାଖକୁ ଲେଖିଛନ୍ତି । ସେ ଚିଠିରେ ସ୍ପଷ୍ଟ କରିଛନ୍ତି ଯେ, ଗ୍ଲେନମାର୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୨୦୦ମିଲିଗ୍ରାମ୍‌ର ଫାବିପିରାଭିର୍ ଟ୍ୟାବଲେଟ୍ ପାଇଁ ଅନୁମତି ମିଳିସାରିଛି । କୋଭିଡ୍‌-୧୯ ପାଇଁ ବ୍ୟବହୃତ ହେଉଥିବା ଅନ୍ୟ ସ୍ୱୀକୃତି ପ୍ରାପ୍ତ ଥେରାପି ତୁଳନାରେ ଫାବିପିରାଭିର୍‌(ଫାବିଫ୍ଲୁ) ଆର୍ଥିକ ଦୃଷ୍ଟିକୋଣ ତଥା ପ୍ରଭାବଶାଳୀ ଚିକିତ୍ସା ଅନୁସାରେ ବେଶ୍ ଗ୍ରହଣଯୋଗ୍ୟ । ଫାବିପିରାଭିର୍ ସମ୍ପୂର୍ଣ୍ଣ କୋର୍ସର ମୂଲ୍ୟ ୯,୧୫୦ ଟଙ୍କା ରହିଛି । ଅପରପକ୍ଷରେ ରେମ୍‌ଡିସିଭିର୍‌,ଟୋସିଲଜୁମାବ ଏବଂଇଟୋଲିଜୁମାବର ମୂଲ୍ୟ ଯଥାକ୍ରମେ ୨୪,୦୦୦ଟଙ୍କା, ୪୪,୦୦୦ଟଙ୍କା ଏବଂ ୩୨,୦୦୦ଟଙ୍କା ରହିଛି । ଭାରତରେ ବଜାର ପ୍ରବେଶ ସମୟରେ ଫାବିପିରାଭିର୍‌ର ଗୋଟିଏ ଟ୍ୟାବଲେଟ୍ ମୂଲ୍ୟ ସର୍ବନିମ୍ନ ଥିଲା । ଏହାର ମୂଲ୍ୟ ୧୦୩ ଟଙ୍କା ଥିଲା । ଏବେ ଏହାର ଗୋଟିଏ ଟ୍ୟାବଲେଟ୍ ୭୫ ଟଙ୍କାରେ ବଜାରରେ ଉପଲବ୍ଧ ହେଉଛି । କିନ୍ତୁ ଏବେ ମିଥ୍ୟା ଅଭିଯୋଗ ଆସିଛି ଯେ,ଫାବିପିରାଭିର୍ ଡାଇବେଟିସ୍ ଏବଂ ହାଇପରଟେନସନ୍ ସମସ୍ୟା ଥିବା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ । ତେବେ ଗ୍ଲେନମାର୍କ ପକ୍ଷରୁ କେବେ ମଧ୍ୟ କୁହାଯାଇ ନାହିଁ ଯେ, ଡାଇବେଟିସ୍ ଏବଂ ହାଇପରଟେନସନ୍ ସମସ୍ୟା ଥିବା ମାଇଲ୍ଡ୍ ଏବଂ ମଡୋରେଟ୍ କୋଭିଡ୍‌-୧୯ ଆକ୍ରାନ୍ତଙ୍କ କ୍ଷେତ୍ରରେ ଫାବିପିରାଭିର ବ୍ୟବହାର କରାଯାଇ ପାରିବ ବୋଲି । ଏହା ସହିତ ଗ୍ଲେନମାର୍କ ପକ୍ଷରୁ କେବେ ମଧ୍ୟ କୁହାଯାଇ ନାହିଁ ଯେ, କୋଭିଡ୍‌-୧୯ ମାଇଲ୍ଡ୍ ଏବଂ ମଡୋରେଟ୍ ଆକ୍ରାନ୍ତଙ୍କ ଲାଗି ଫାବିପିରାଭିର ଏକ ମାତ୍ର ପ୍ରଭାବଶାଳୀ ଔଷଧ । ମାନ୍ୟବର ପାର୍ଲାମେଂଟ୍ ସଦସ୍ୟ ଏନେଇ ଫାବିଫ୍ଲୁକୁ ପରୀକ୍ଷା ହୋଇ ନ ଥିବା ମନୋଥେରାପି ବୋଲି କହିଥିଲେ । ଗ୍ଲେନ୍‌ମାର୍କ ପକ୍ଷରୁ କରାଯାଇଥିବା ଅଧ୍ୟୟନ ମହାମାରୀ ସଙ୍କଟରେ କ୍ଲିନିକାଲ ଟ୍ରାଏଲ କ୍ଷେତ୍ରରେ ଭ୍ରମ ସୃଷ୍ଟି କରିଥିବା ସେ କହିଥିଲେ । ତେବେ ଏହା ମିଥ୍ୟା ଏବଂ ଭିତିହୀନ ବୋଲି ଗ୍ଲେନମାର୍କ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ