ଆକ୍ସନ ମୁଡ଼ରେ କଟକ କମିଶନରେଟ ପୁଲିସ୍

କଟକ,(ଦୀପକ୍ କୁମାର ବେଉରା):  ପୁରା ଆକ୍ସନ ମୁଡ଼ରେ କଟକ କମିଶନରେଟ ପୁଲିସ । ଦାଦା ବଟି ମାଗିବା ଅଭିଯୋଗରେ ବାନ୍ଧିଛି ଧଳସାମନ୍ତ ଗୋଷ୍ଠି ର ଦୁଇଜଣ ଜଣାଶୁଣା ଅପରାଧୀଙ୍କୁ । ସେମାନେ ହେଉଛନ୍ତି କଟକ ଗଣ୍ଡରପୁର ଅଞ୍ଚଳର ଭାରତ ଭୂଷଣ ସ୍ୱାଇଁ (୫୨) ଓ ଶିବପ୍ରସାଦ ଗୋଛି( ୪୯)। ଗତ ୪ତାରିଖରେ ଗଣ୍ଡରପୁର ଅଞ୍ଚଳର ଅମିତ କୁମାର ପଟନାୟକ ଚାଉଳିଆଗଞ୍ଜ ଥାନାରେ ଗିରଫ ଦୁଇଜଣଙ୍କ ନାମରେ ଲିଖୁତ ଅଭିଯୋଗ କରିଥିଲେ । ସେ ଗଣ୍ଡରପୁର ଅଞ୍ଚଳରେ ୨୦୧୮ମସିହାରେ ଏକ ଜମି କିଣିଥିଲେ । ୨୦୧୯ ଡିସେମ୍ବର ରେ ସେ ସେହି ଜମି ଉପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରୁ ଉଭୟ ଭାରତ ଓ ଶିବ ତାଙ୍କୁ ବାଧା ଦେବାସହ ପାଞ୍ଚ ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ ଓ କାମ ବନ୍ଦ କରି ଦେଇଥିଲେ । ପରେ ସେ ଉଭୟଙ୍କୁ ଅନେକ ବୁଝାଇଥିଲେ ମଧ୍ୟ ସେମାନେ କାମ କରାଇ ଦେଇନଥିଲେ । ଉଭୟ ଭାରତ ଓ ଶିବ ଙ୍କ ଉପଦ୍ରବ ବୃଦ୍ଧି ପାଇବା ସହ ଅମିତ ଙ୍କୁ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ସେ ବାଧ୍ୟହୋଇ ପୋଲିସ ସହାୟତା ନେଇଥିଲେ । ପୁଲିସ ତଦନ୍ତ ରୁ ଉଭୟଙ୍କ ଅପରାଧିକ କାର୍ଯ୍ୟକଳାପ ଓ ଧଳ ବ୍ରଦର୍ଶ ଗ୍ୟାଙ୍ଗ ସହ ଘନିଷ୍ଠତା ର ପ୍ରମାଣ ପାଇଥିଲେ । ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ