ସୁହାନାଙ୍କ ଡେବ୍ୟୁ ଫିଲ୍ମର ଟିଜର୍ ରିଲିଜ୍

ପ୍ରତୀକ୍ଷାର ଅନ୍ତ ଘଟିଛି । ଆଉ ଜଣେ ଷ୍ଟାର୍ କିଡସ୍ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ବଲିଉଡ୍ ବାଦଶାହ ଶାହରୁଖ ଖାନ୍ଙ୍କ ଝିଅ ସୁହାନା ଶେଷରେ ବଲିଉଡରେ ଏଣ୍ଟ୍ରି ମାରିଛନ୍ତି । ତାଙ୍କ ଡେବ୍ୟୁ ଫିଲ୍ମ “ଦ ଗ୍ରେ ପାର୍ଟ ଅଫ୍ ବ୍ଲୁ’ର ଟ୍ରେଲର ଇତିମଧ୍ୟରେ ରିଲିଜ୍ ହାଇଯାଇଛି । ଟିଜରରେ ସୁହାନା ଅଭିନୟ ବେଶ୍ ଦମ୍ଦାର୍ ହୋଇଛି । ତାଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି । ଆଗକୁ ସେ ବଲିଉଡର ଆଗଧାଡିର ଅଭିନେତ୍ରୀଙ୍କ ଟକ୍କର ଦେବାର କ୍ଷମତା ତାଙ୍କ ପାଖରେ ରହିଛି ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ମତ ଦେଇଛନ୍ତି । ସ୍କୁଲରେ ପଢୁଥିବାବେଳେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନୟ କରି ବହୁ ପୁରସ୍କାର ମଧ୍ୟ ଜିତିଛନ୍ତି ସୁହାନା । ଲଣ୍ଡନରେ ପଢା ଶେଷ କରିବା ପରେ ସେ ଏବେ ନ୍ୟୁୟର୍କରେ ଆକ୍ଟିଂ କୋର୍ସ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ