ଅଙ୍ଗନବାଡି ହେଲପର ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ କାର୍ଯ୍ୟଳୟ ଘେରିଲେ ମହିଳା

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବାରିଗାଁ ଅଙ୍ଗନବାଡି କେନ୍ଦ୍ରର ସହାୟକ ଚୟନରେ ଅନିୟମିତତା ହେଉଥିବା ନେଇ ଗ୍ରାମର କିଛି ମହିଳା ଆଜି ସିଡିପିଓଙ୍କ କାର୍ଯ୍ୟାଳୟ ଘେରାଉ କରି ଏହାର ପ୍ରତିବାଦ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ବାରିଗାଁ ଅଙ୍ଗନବାଡି କେନ୍ଦ୍ରର ସହାୟକ ପଦବୀ ପାଇଁ ପୁର୍ବରୁ ଏକ ଚୟନ ପ୍ରକ୍ରୀୟା ବାରିଗାଁ ସ୍କୁଲ ପରିସରରେ ହେବାକୁ ସ୍ଥିର ହୋଇ ନୋଟିସ କରାଯାଇଥିଲା । ଏଥିରେ ଆଶାୟୀ ମାନଙ୍କ ସହିତ ସେମାନଙ୍କ ସମର୍ଥକ ମାନେ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ସେ ଦିନ ଗ୍ରାମରେ ଅଷ୍ଟପ୍ରହରୀ ଚାଲୁଥିବା ଦର୍ଶାଇ ତାହାକୁ ବାତିଲ କରିଦିଆଯାଇଥିଲା । ଏବେ ଏହି ପଦବୀ ପାଇଁ ପୁନର୍ବାର ଏନେଇ ଆବେଦନକାରୀଙ୍କ ମଧ୍ୟରେ ଇଣ୍ଟଭିୟୁ କରା ଯିବାକୁ ନୋଟିସ କରାଯାଇଛି । ଅଙ୍ଗନବାଡିରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଉତ୍ତମ ସେବା ଯତ୍ନ ଯେ ନେଇ ପାରିବ ଓ ଅଭିଭାବିକା ମାନେ ଯାହାକୁ ଅଧିକ ସମର୍ଥନ ଜଣାଇବେ ସେ ସହାୟକ ପଦବୀରେ ନିଯୁକ୍ତି ପାଇବାର ବ୍ୟବସ୍ଥା ଥିଲେବି ଏଠାରେ ତାହା କରାନଯାଇ ଇଣ୍ଟରଭିୟୁ କରାଯିବାର ଉଦେ୍ଦଶ୍ୟ କଣ ବୋଲି  ଝରଣା ପ୍ରଧାନ, ସତ୍ୟଭାମା ସେଠୀ, ଅଞ୍ଜୁଲତା ଦାସ, ଜୟନ୍ତୀ ସେଠୀ, ମଞ୍ଜୁଲତା ଜେନା, ବିଣାପାଣୀ ସେଠୀ, ବାସନ୍ତୀ ସେଠୀ, ମନୋରମା ସେଠୀ, କମଳା ସେଠୀ, ଅହଲ୍ୟା ନାୟକ, ତୁଳସୀ ସେଠୀ, ସାବିତ୍ରୀ ସେଠୀ, ଝରଣା ମଲ୍ଲିକ, ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ, ମଧୁସ୍ମୀତା ଖୁଣ୍ଟିଆ, ମଞ୍ଜୁଲତା ନାୟକ, ସବିତା ନାୟକ, ଟୁନୁ ନାୟକ, ଅହଲ୍ୟା ନାୟକଙ୍କ ସମେତ ଶତାଧିକ ମହିଳା ସିଡିପିଓଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ