ଆଜିଠୁ ଖୋଲିଲା ସ୍କୁଲ ଓ କଲେଜ

ଛତ୍ରପୁର, (ଦେବଦତ୍ତ ମହାରଣା) :-କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଥିଲା । ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ଯୋଗୁଁ ଆଜି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ଛତ୍ରପୁର ସ୍ଥିତ ସରକାରୀ ଅନସ୍ଲୋ ଶିକ୍ଷାନୁଷ୍ଠାନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭଳି ବିଭିନ୍ନ ସ୍କୁଲ ମାନଙ୍କୁ ଅଷ୍ଟମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଆସିଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ପରେ ଆଜି ଶ୍ରେଣୀ ଗୃହରେ ବସି ପିଲାମାନେ ପାଠ ପଢିଥିବାରୁ ପିଲାମାନେ ମଧ୍ୟ ବେଶ ଖୁସି ଅନୁଭବ କରିଛନ୍ତି । ଆଜି ପ୍ରଥମ ଦିନରେ ସ୍ଥିତ ସରକାରୀ ଅନସ୍ଲୋ ଶିକ୍ଷାନୁଷ୍ଠାନକୁ ଦଶମ ଶ୍ରେଣୀର ୪୨ ଜଣ ଛାତ୍ରଛାତ୍ରୀ ଆସିଥିବା ବେଳେ ନବମ ଶ୍ରେଣୀର ୨୧ ଜଣ ଛାତ୍ରଛାତ୍ରୀ ଓ ଅଷ୍ଟମ ଶ୍ରେଣୀର ୨୦ଜଣ ଛାତ୍ରଛାତ୍ରୀ ଆସିଥିବା ଶିକ୍ଷାନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି । ଅନସ୍ଲୋ ଅନୁଷ୍ଠାନ ପରିସରରେ ସାନିଟାଇଜର ଏବଂ ମାସ୍କ ବ୍ୟବହାର କୁ ଗୁରୁତ୍ୱ ଦେବା ସହିତ ପିଲାମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ