ଆଧ୍ୟାତ୍ମିକ ଭକ୍ତି ସଂକଳନ ଉତ୍ସବ ଲୋକାର୍ପିତ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ଉକ୍ରଳ ଆଶ୍ରମ ସମ୍ମିଳନୀ କକ୍ଷରେ ବରିଷ୍ଠ ଅଧିବକ୍ତା ତଥା ଲେଖକ ରାଧାଚରଣ ନାୟକଙ୍କ ରଚିତ ଆଧ୍ୟାତ୍ମିକ ଭକ୍ତିସଂକଳନ ଭକ୍ତିର ଶକ୍ତି ଲୋକାର୍ପଣ ଉତ୍ସବ ଓ ସାରସ୍ୱତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଲେଖକ ସାମୁଖ୍ୟରେ ସଭାପତି ପ୍ରଫେସର ଡ. ରବି ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ କୁଳପତି , ଖଲ୍ଲିକୋଟ ସ୍ୱୟଂଚାଳିତ ବିଶ୍ୱବିଦ୍ୟାଳୟ ସଂକଳନ ଲେଖକ ରାଧା ଚରଣ ନାୟକ ପ୍ରମୁଖ ମଞ୍ଚାସୀନ ହୋଇ ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଗହ ପୁଷ୍ପମାଲ୍ୟ ଅର୍ପଣ ପୁର୍ବକ ଉଦଘାଟନ କରିଥିଲେ । ବରିଷ୍ଠ ମହିଳା କବି ତଥା ସୁଗାୟିକା ସ୍ୱର୍ଣ୍ଣପ୍ରଭା ପାଢୀ ପ୍ରାରମ୍ଭିକ ସଙ୍ଗୀତ ଜଗନ୍ନାଥ ଭଜନ ଗାନ କରିଥିଲେ । ଲେଖକ ଦୀନବନ୍ଧୁ ଶ୍ରୀପଲ୍ଲବ ଅତିଥୀ ଆହ୍ୱାନ ସହ ସ୍ୱାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ସାରସ୍ୱତ ସମାରୋହ ଓ ପୁସ୍ତକ ଲୋକାର୍ପଣ ଉତ୍ସବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି , ପ୍ରଧ୍ୟାପକ ରମେଶ ଚନ୍ଦ୍ର ତ୍ରିପାଠୀ , ଉକ୍ରଳ ସମ୍ମିଳନୀ ସଭାପତି ମନ୍ମଥ ପାଢୀ , ଲେଖିକା ସାମୁଖ୍ୟ ସଭାନେତ୍ରୀ ସ୍ୱର୍ଣ୍ଣପ୍ରଭା ଦେବୀ , ସରିତା ପାଣିଗ୍ରାହୀ , ଦେବୀ ପ୍ରସାଦ ନାୟକ , ଅଶେକ କୁମାର ସାହୁ , ଶୈବାଳିନୀ ନାୟକ , ପ୍ରଜ୍ଞା ପରମିତା , ଅଶୋକ କୁମାର ସାହୁ , ନକୁଳ ସାହୁ , ପ୍ରମୁଖଙ୍କ ସମେତ ବହୁ କବି , ଲେଖକ , ବୁଦ୍ଧିଜଡୀବି ଯୋଗଦେଇଥିଲେ ।


