ଆନ୍ଦୋଳନ ପାଇଁ ଏକାଠି ହେଲେ ଶ୍ରମିକ ଓ କୃଷକ ନେତା;ସାଧାରଣ ଧମର୍ଘଟ ନିମନ୍ତେ ଛତ୍ରପୁର ଠାରେ ପ୍ରସ୍ତୁତି ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା) : ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି , ଶ୍ରମିକ ବିରୋଧି ଶ୍ରମ ପୋଡ୍ , କୃଷକ ବିରୋଧୀ କୃଷି ଆଇନ୍ , ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ , ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷା ନୀତି -୨୦୨୦ ବିରୁଦ୍ଧରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ମାନଙ୍କ ମିଳିତ ଆହ୍ୱାନରେ ଦେଶବ୍ୟାପି ଆନ୍ଦୋଳନ କରିବା ନିମନ୍ତେ ଡାକରା ଦିଆଯାଇଛି । ନଭେମ୍ବର ୨୬ତାରିଖ ରେ ସାରା ଭାରତରେ ସାଧାରଣ ଧର୍ମଘଟ କୁ ସଫଳ କରିବା ସକାଶେ ଶୁକ୍ରବାର ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭବନ ଠାରେ ଶ୍ରମିକ ନେତା ରାଜେନ୍ଦ୍ର ଦାଶ, ନୀଳକଣ୍ଠ ଦାଶ, ଇଜୁଆମିନ ଖାନ୍ ଓ ପର୍ଶୁରାମ ଗୈାଡ ସଭାପତି ମଣ୍ଡଳରେ ଏକ ମିଳିତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷକ ଓ ଶ୍ରମିକ ନେତା ମାନେ ଏକାଠି ହୋଇ ମୋଦି ସରକାରଙ୍କ ବିରୁଦ୍ଧ ରଣ ହୁଙ୍କାର ଦେଇଥିଲେ । ଏହି ସମାବେଶ ତଥା ପ୍ରସ୍ତୁତି ବୈଠକରେ ଶ୍ରମିିକ ନେତା ତଥା ପୂର୍ବତନ ବିଧାୟକ ଏନ୍‌.ନାରାୟଣ ରେଡ୍ଡୀ ଯୋଗଦେଇ କେନ୍ଦ୍ର ସରକାରଙ୍କ ଶ୍ରମିକ-କୃଷକ ବିରୋଧୀ ଏବଂ ଜନ ବିରୋଧୀ ନୀତିକୁ କଡା ସମାଲୋଚନା କରିବାସହ ନଭେମ୍ବର ୨୬ ତାରିଖରେ ଦେଶବ୍ୟାପି ଆନ୍ଦୋଳନକୁ ସଫଳ କରିବା ନିମନ୍ତେ ଛତ୍ରପୁର ଓ ଚମାଖଣ୍ଡି ସମେତ ବିଭିନ୍ନ ସ୍ଥାନରେ କିପରୀ ଶ୍ରମିକ ଓ କୃଷକ ଏବଂ ବିଭିନ୍ନ ସଂଗଠନ କର୍ମକର୍ତ୍ତା ମାନେ ଏକ ହୋଇ ପିକେଟିଂ ବନ୍ଦ କରିବେ ସେଥି ନିମନ୍ତେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟୁତ୍ କର୍ମଚାରୀ ସଂଘର ନେତା ଏମ୍‌. ଋାମା ରାଓ, କୃଷକ ନେତା ଏସ୍‌.କ୍ରିଷ୍ଣାରେଡ୍ଡୀ, ଉଠା ଦୋକାନୀ ସଂଘର ସମ୍ପାଦକ ଏମ୍‌.ଲଚ୍ଛମନ ରାଓ, ଶ୍ରମିକ ନେତା କେ.ଏଲେୟା , ମମତା ନାୟକ, ସୀଲୁ ସାସମଲ, ପ୍ରଫୁଲ କୁମାର ପାଣିଗ୍ରାହୀ , ସୟଦ ମୁକ୍ତାରଙ୍କ ସମେତ ବହୁ କୃଷକ ଓ ଶ୍ରମିକ ନେତା ମାନେ ସାମିଲ ହୋଇ ନିଜ ନିଜ ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ