ଆମରଣ ଅନଶନ ରେ ବସିଲେ ଚାଷି
କଳାହାଣ୍ଡି – କଳାହାଣ୍ଡି ଜିଲ୍ଲା କଲମପୁର ପେକ୍ସ ର ୪୮ ଜଣ ଚାଷୀଙ୍କୁ ଟୋକନ ଡ଼ାଟାବେସ ରେ ପଞ୍ଜିକରଣ କରିଥିବା ସତ୍ତ୍ୱେ ମଧ୍ୟ ଆଜି ସୁଦ୍ଧାଅନଲାଇନ ହୋଇ ପାରିନାହିଁ ଏଣୁ ଏହି ଚାଷିମାନେ ମଣ୍ଡି ରେ ଧାନ ବିକ୍ରି କରିବାରୁ ବଂଚିତ ରହିଛନ୍ତି । ବାରମ୍ବାର ପେକ୍ସ କର୍ମଚାରୀ ଓ ତହସିଲଦାର ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ନ ହେବାରୁ ଗତକାଲି ଉତ୍ୟକ୍ତ ଚାଷି ଧାନ ଆଣି ତହସିଲ ଅଫିସ ରେ ଗଦା କରି ପ୍ରତିବାଦ କରିବା ସହ ପରିଦର୍ଶନ ରେ ଆସିଥିବା ଧର୍ମଗଡ ଉପ ଜିଲ୍ଲାପାଳ ଙ୍କ ସରକାରୀ ଗାଡି କୁ ଅଟକ ରଖିଥିଲେ, ଫଳରେ ଉପ ଜିଲ୍ଲାପାଳ ଙ୍କୁ ହଟହଟା ହେବାକୁ ପଡିଥିଲା, ପରେ ପୋଲିସ ଆସି ଗାଡି କୁ ଉଦ୍ଧାର କରିଥିଲେ। ଏତେ କଥା ପରେ ବି ପ୍ରଶାସନ କୌଣସି ପଦକ୍ଷେପ ବଦଳରେ ଚାଷୀଙ୍କୁ ଦୋଷ ଦେଉଥିବା ବେଳେ ଆଜି ଉତ୍ତ୍ୟକ୍ତ ଚାଷି ତହସିଲ ଅଫିସ ସମ୍ମୁଖରେ ଆମରଣ ଅନଶନ ରେ ବସିଥିବା ସହ ସେମାନଙ୍କ ଦାବି ପୂରଣ ନହେବା ପର୍ୟ୍ୟନ୍ତ ଅନଶନ ଜାରି ରହିବା ନେଇ ଚେତାବନୀ ଦେଇଛନ୍ତି ।


