ଆମ୍ବତୋଟା ରେ ରାସ୍ତା ନିର୍ମାଣ କୁ ବିରୋଧ ; ଜିଲାପାଳ ଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟ ଗୌଡବାପା ମନ୍ଦିର ଠାରୁ ସିଦ୍ଧିଖଣ୍ଡି ଗାଁ କେନାଲ ସଂଲଗ୍ନ ପ୍ରାୟ ୩ କି. ମି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁରହିଛି । ଗ୍ରାମର ସ୍ବର୍ଗତ ସିମାଞ୍ଚଳ ପଟ୍ଟନାୟକ ଏବଂ ତାଙ୍କ ପରିବାର ସଦସ୍ୟ ଙ୍କ ନାଁ ରେ ଥିବା ଆମ୍ବତୋଟା ମଧ୍ୟ ଦେଇ ଏମ୍ ଜି ଏନ୍ ଆର ଇ ଜି ଏସ ଯୋଜନା ରେ ଏହି ରାସ୍ତା ନିର୍ମାଣ କରାଯାଉଥିବା ରୁ ଗାଁ ରେ ଚପା ଉତ୍ତେଜନା ପ୍ରକାଶ ପାଇଛି । ସିଦ୍ଧେଶ୍ଵର ମୌଜା ଖାତା ନଂ.୮୯୪ ପ୍ଲଟ ନଂ. ୭ ରେ ଥିବା ରୟତି ଜମିରେ ସରକାରୀ ରାସ୍ତା ନିର୍ମାଣକୁ ବହୁ ସଂଖ୍ୟକ ଗ୍ରାମବାସୀ ବିରୋଧ କରିଛନ୍ତି । ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ଙ୍କୁ ସାମାଜିକ କର୍ମୀ ଭଗବାନ ପଟ୍ଟନାୟକ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିବା କହିଛନ୍ତି । ଶନିବାର ଏନେଇ ଗଞ୍ଜାମ ଜିଲାପାଳ ଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ବ୍ୟକ୍ତିଗତ ନାଁ ରେ ଥିବା ଆମ୍ବତୋଟା ଜମିରେ ରାସ୍ତା ନିର୍ମାଣ ପାଇଁ କେଉଁ ଆଇନ ବଳରେ ବ୍ଳକ ପ୍ରଶାସନ କାର୍ଯ୍ୟାଦେଶ ପ୍ରଦାନ କଲେ ସେ ନେଇ ସାଧାରଣ ରେ ଆଲୋଡନ ସୃଷ୍ଟି କରିଛି। ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ଗ୍ରାମସଭା କିମ୍ବା ପଲ୍ଲୀସଭା ଡକାଇ ରାସ୍ତା ନିର୍ମାଣ ପ୍ରକଳ୍ପ ର ଅନୁମୋଦନ ନକରି କାହା ସ୍ବାର୍ଥ ଚରିତାର୍ଥ ପାଇଁ ଏଭଳି ରାସ୍ତା ନିର୍ମାଣ କରାଯାଉଛି ସେ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ନିମନ୍ତେ ଗ୍ରାମବାସୀ ଙ୍କ ପକ୍ଷରୁ ଦାବୀ ହୋଇଛି । ଏନେଇ ବିଡ଼ିଓ ହଳଧର ଶବର ଙ୍କୁ ପଚାରିବାରୁ ସ୍ମାରକ ପତ୍ର ର ନକଲ ପାଇଛି । ଅଭିଯୋଗର ସବିଶେଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ