ପାଣିର ସମସ୍ୟା ଦୂର ନେହେଲେ ଜାତୀୟ ରାଜପଥ ୩୨୬କୁ ଅବରୋଧ ପାଇଁ ମହିଳା ମାନଙ୍କ ଧମକ
ମୋହନା,(ଅଂଶୁମାନ ପଣ୍ଡା) : ରାଜ୍ୟ ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିବାରେ ଲାଗିଛନ୍ତି ଯୋଜନା ଉପରେ ଯୋଜନା ଗଢି ଚାଲିଛନ୍ତି । ସେଥି ମଧ୍ୟରୁ ଗାଁ ଗହଳୀ ଓ ସହରର ମୁଖ୍ୟ ସମସ୍ୟା ପାଣିର ସମାଧାନ ପାଇଁ ନିର୍ମାଣ କରାଯାଉଛି ବସୁଧା ଯୋଜନାରେ କୋଟି କୋଟି ଟଙ୍କା ବିନିମୟରେ ପାଣି ଟାଙ୍କି ହେଲେ ଏହା କାହାରି କାମରେ ଆସୁନାହିଁ । ଟାଙ୍କି ନିର୍ମାଣ ହେବାର ଗୋଟିଏ ବର୍ଷ ନବିତୁଣୁ ଟାଙ୍କିରେ ଫାଟ ସୃଷ୍ଟି ହେବା ସହ ଖୋଲା ପଡି ରହିଛି ପାଣି ପମ୍ପ ଓ ବିଦ୍ୟୁତ ତାର ନାମକୁ ମାତ୍ର ନିର୍ମାଣ ହୋଇଛି, ଟାଙ୍କି ନିର୍ମାଣ ସରିବା ପରେ ଲୋକଙ୍କୁ ଗୋଟିଏ ମାଶ ପାଣି ଯୋଗାଇବା ପରେ ଅଚଳ ହୋଇ ପଡିଛି ପାଣି ଟାଙ୍କି । ଏଭଳି ଅନେକ ଗ୍ରାମରେ ପାଣି ପାଇଁ ଜନତା ହା ହା କାର କରୁଥିବା ବେଳେ, ବାରମ୍ବାର ଖବର କାଗଜରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ପାନୀୟ ଜଳ ବିଭାଗ ଗଜପତିର ମୋହନା ବ୍ଳକର ଅଧିକାରୀମାନେ ନିରବଦ୍ରଷ୍ଟା ପାଲଟିଛନ୍ତି । ଏଭଳି କିଛି ଦେଖିବାକୁ ମିିଳିଛି ମୋହନା ବ୍ଳକ ଠାରୁ ମାତ୍ର ୩ କି.ମି ଦୂରରେ ଲିଲିଗଡ ପଂଚାୟତରେ । ଏହି ଗ୍ରାମରେ ନିର୍ମାଣ ହୋଇଥିଲା ୫୦ ହଜାର ଲିଟରର ପାଣି ଟାଙ୍କି ବସୁଧା ଯୋଜନାରେ ଯାହାକି ଲିଲିଗଡ ପଚାଂୟତର ୩ଟି ୱାଡକୁ ବସୁଧା ପାନୀୟ ଜଳ ଯୋଗାଇ ପାରିବ ସେଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ ଗଜପତି ଜିଲ୍ଲାପାଳଙ୍କ ତତ୍ୱବଧାନରେ ପାନୀୟ ଜଳବିଭାଗ ଦ୍ୱାରା ଗ୍ରାମ ଗୁଡିକରେ ନିର୍ମାଣ କରାଯାଇଥିଲେ ପାଣି ଟାଙ୍କି କିନ୍ତୁ ଏହା ବିଭିନ୍ନ ସ୍ଥାନରେ ଅଚଳ ହୋଇ ପଡିରହିଛି । ଯେଭଳି କି ଲିଲିଗଡ ପଚାଂୟତର ୩ଟି ୱାର୍ଡରେ ବସବାସ କରୁଛନ୍ତି ୪ ଶହରୁ ଉର୍ଦ୍ଧ୍ୱ ଘର ସେମାନଙ୍କୁ ୩ଟି ନଳକୂପ ଦିଆଯାଇଥିଲେ ମଧ୍ୟ ସେଥି ମଧ୍ୟରୁ ୨ଟି ଅଚଳ ହୋଇ ପଡି ରହିଛି ଅନ୍ୟଗୋଟାଏରେ ଅବଶ୍ୟକୀୟ ପାଣି ଯୋଗାଇ ପାରୁନି । ପାଣି ଟାଙ୍କି ନିର୍ମାଣ ପରେ ଗୋଟିଏ ମାସ ପ୍ରତ୍ୟେକ ଘରକୁ ପାଣି ଯୋଗଇ ଦିଆଯାଇଥିଲା କିନ୍ତୁ ଗୋଟିଏ ମାସ ପରେ ଟାଙ୍କିରେ ଫାଟ ସୃଷ୍ଟି ହୋଇ ପାଣି ଲିକ୍ ହେବାରେ ଲାଗିଛି । ଯାହାରି ଫଳରେ ଗ୍ରାମବାସୀଙ୍କୁ ପାଣି ମିଳିପାରୁନାହିଁ । ଷ୍ଟାଣ୍ଡ ପୋଷ୍ଟ ପାଣି ପାଇଥିଲେ ମଧ୍ ତାହାବି ଭଗ୍ନ ଅବସ୍ଥାରେ ରହିଛି । ଯଦି ୧୦ ଦିନ ମଧ୍ୟରେ ପାଣିର ସମସ୍ୟା ସମାଧାନ ନକରାଯାଏ ତେବେ ୩ଟି ୱାର୍ଡବାସୀ ଜାତୀୟ ରାଜପଥ ୩୨୬ ରାୟଗଡା ଠାରୁ ବ୍ରହ୍ମପୁର ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରି ଧାରଣାରେ ବସିବେ ବୋଲି ମହିଳାମାନେ କହିଛନ୍ତି । ଏ ନେଇ ଦାୟିତ୍ୱରେ ଥିବା ପାଣି ବିଭାଗ ଯନ୍ତ୍ରୀ ରା.ଉଦୟଗିରିର ସିମାଚଂଳ ବେହେରା କହିଛନ୍ତି ମୋ ପାଖରେ ଏହାର ସତ୍ୟାସତ୍ୟ ଅଭିଯୋଗ ନାହିଁ ତେଣୁ ମୁ ୨ଟି ବ୍ଳକ ଦାୟିତ୍ୱରେ ଥିବା ଅନେକ ସ୍ଥାନରେ ପହଂଚି ପାରୁନି । ଲିଲିଗଡ ପଚାଂୟତ ପରିଦର୍ଶନ କରି ଜିଲ୍ଲା ପାନୀୟ ଜଳ ଅଧିକାରୀଙ୍କୁ ଅବଗତ କରାଇ ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି ।


