ଗଜଲକ୍ଷ୍ମୀ ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାସ):କୁମାର ପୁର୍ଣିମା ଠାରୁ ପୁରୀ ଜ଼ିଲ୍ଲା ଗୋପ ବ୍ଲକ ନୟାହାଟ ନିକଟସ୍ଥ ରଙ୍ଗତୋଟା ଓ ନରସିଂହପୁର ଶାସନ ଗ୍ରାମରେ ସୁଖ ସମୃଦ୍ଧି ଐଶର୍ଯ୍ୟର ଦେବୀ ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ଘଣ୍ଟ, ଶଙ୍ଖନାଦ ଓ ହୁଳହୁଳିରେ ପୂଜା ମଣ୍ଡପ କମ୍ପି ଉଠିଥିଲା। ରବିବାର ବିଳମ୍ବିତ ରାତିରେ ଉଭୟ ଗ୍ରାମ ରେ ମା ଙ୍କ ଭସାଣୀ ଉତ୍ସବ ଧୁମ୍ ଧାମ ରେ ଅନୁଷ୍ଠିତ ହୋଇଥିଲା। ରଙ୍ଗତୋଟା ଗ୍ରାମର ହରେକୃଷ୍ଣ ମହାନ୍ତି, ପୂଜଶ୍ରୀ ମହାନ୍ତି, ବର୍ଷାରାଣୀ ସ୍ୱାଇଁ, ବିଶ୍ୱଜିତ ମହାନ୍ତି ପ୍ରମୁଖଙ୍କ ତତ୍ୱାବଧାନ ରେ ମା ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ନରସିଂହପୁର ଶାସନ ଗ୍ରାମରେ ସସ୍ମିତା ସାହୁ, ନିରୁପମା ବେହେରା, ମଧୁସ୍ମିତା ବେହେରା,ମାମଲି ସାହୁ, ସୁଚିସ୍ମିତା ବେହେରା ପ୍ରମୁଖ ଙ୍କ ତତ୍ବାବଧାନରେ ମା ଗଜଲକ୍ଷ୍ମୀ ଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉଭୟ ଗାଁ ରେ ମା ଙ୍କ ପ୍ରତିମୂର୍ତ୍ତି କୁ ଗାଁ ପରିକ୍ରମା କରାଯିବାପରେ ପ୍ରାଚୀ ନଦୀ କୁ ନିଆଯାଇ ବିସର୍ଜନ କରାଯାଇଥିଲା। କୁମାର ପୂର୍ଣ୍ଣିମା ଠାରୁ ପ୍ରତ୍ୟେକ ସଂଧ୍ୟା ରେ ମାଙ୍କ ନିକଟରେ ଲଷ୍ମୀପୂରାଣ ପାଠ କରା ଯାଇଥିବାବେଳେ କୁମାରୀ, ଯୁବତୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଗଜ ଲକ୍ଷ୍ମୀ ପୂଜା ପାଇଁ ଉଭୟ ଗ୍ରାମ ଉତ୍ସବ ମୁଖର ହୋଇପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ