ଆମ ବସ ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କଲେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଠାରେ ବହୁ ବାଦ ବିବାଦ ପରେ ଠାକୁରମୁଣ୍ଡା ବାସୀଙ୍କ ନିତାନ୍ତ ଆବଶ୍ୟକ ଓ ଦୀର୍ଘ ବର୍ଷର ଦାବୀ ପରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଆମ ବସ ଷ୍ଟାଣ୍ଡ ଓ଼ ଶୌଚାଳୟ ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଆମ ବସଷ୍ଟାଣ୍ଡ ଓ ଶୌଚାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଠାକୁରମୁଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଆଧିକାରୀ ସ୍ଵପ୍ନେଶ୍ଵର ବେହେରା, ତହସିଲଦାର ଡ଼ଃ ସୁଶ୍ରୀ ସୁପ୍ରିୟା,ଠାକୁରମୁଣ୍ଡା ସରପଞ୍ଚ ପ୍ରମିଳା ଲୁଗୁନ, ସ୍ଥାନୀୟ ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ, ଓଡିଶା ପୋଲିସ ହାଉସିଂ ଓ଼ କଲ୍ୟାଣ ନିଗମର ଡେପୁଟି ମ୍ୟାନେଜର ବିଶ୍ଵମୋହନ ମିଶ୍ର, ସହକାରୀ ପ୍ରୋଜେକ୍ଟ ମ୍ୟାନେଜର ଇଂ ଗୌତମ ଦାସ, ଠିକାଦାର ଆଶୁତୋଷ ସାହୁଙ୍କ ଉପସ୍ଥିତିରେ ବିଧାୟକ ପଦ୍ମଚରଣ ହାଇବୁରୁ ଓ଼ ଅନ୍ୟ ଅତିଥି ମାନେ ବିଧିବଦ୍ଧ ଭାବେ ପୂଜାର୍ଚନା ପରେ ନଡ଼ିଆ ଫଟେଇ ଫଳକ ଉନ୍ମୋଚନ କରି ଆନୁଷ୍ଠାନିକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ , ଅମରେନ୍ଦ୍ର କୁଦାଦା, ବିଜେପି ମଣ୍ଡଳ ସଭାପତି ରଣଜିତ ବେହେରା, ଜିଲ୍ଲା ବିଜେପି ସମ୍ପାଦକ ବିମଳ ସେନାପତି ପ୍ରମୁଖ ଙ୍କ ସହିତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ । ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ରେ ଜନସାଧାରଣ ସହଯୋଗ କରିବାକୁ ବିଧାୟକ ଅନୁରୋଧ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ଠିକା ସଂସ୍ଥା ପକ୍ଷରୁ ଲିଙ୍ଗରାଜ ବେହେରା, ଅଲେଖ ବିଶ୍ୱାଳ ଓ଼ ଅନ୍ୟ ମାନେ ସହଯୋଗ କରିଥିଲେ ।


