ଗଞ୍ଜାମ ବ୍ଳକରେ କେବେ କାର୍ଯ୍ୟକ୍ଷମ ହେବ JMFC କୋର୍ଟ
ଗଞ୍ଜାମ,(ଦୁର୍ଗାମାଧବ ପାଣିଗ୍ରାହୀ):ରାଜ୍ୟ ସରକାର ଓଡ଼ିଶାରେ ୬୫ଟି JMFC କୋର୍ଟ ଖୋଲିବା ପାଇଁ ପୂର୍ବରୁ ନିଷ୍ପତ୍ତି ନେଇଥିବା ବେଳେ, ଗତ କାଲି ମାନ୍ୟବର ହାଇକୋର୍ଟ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଯାହାଫଳରେ ଗଞ୍ଜାମ ବ୍ଳକରେ JMFC କୋର୍ଟ ଖୋଲାଯାଇନଥିବାରୁ ,ହାଇକୋର୍ଟରଙ୍କ ନିର୍ଦ୍ଦେଶ ପରେ ଏହା ଖୋଲିବାକୁ ଜୋର ଧରିଛି ।ଗଞ୍ଜମ ବ୍ଳକରେ ପୂର୍ବରୁ JMFC କୋର୍ଟ ଖୋଲିବା ପାଇଁ ଗଞ୍ଜାମ ବିକାଶ ପରିଷଦ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି କରାଯିବା ସହ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରାଯାଇଥିଲା ବିଭିନ୍ନ ସମୟରେ ।ଏନେଇ ପୂର୍ବତନଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଙ୍କ ଠାରୁ ଆରମ୍ବ କରି ପୂର୍ବତନ ବିଧାୟକ ପ୍ରିୟାଅଂଶୁ ପ୍ରଧାନ, ବର୍ତ୍ତମାନ ର ବିଧାୟକ ସୁବାଷ ଚନ୍ଦ୍ର ବେହେରା ପର୍ଯ୍ୟନ୍ତ ଅବଗତ କରାଯିବା ସହ ସେମାନଙ୍କ ଠାରୁ ଆରମ୍ବ କରି ସରକାର ଓ ପ୍ରଶାସନ ଠାରୁ ବି ପ୍ରତିଶ୍ରୁତି ମିଳିଥିଲା ଗଞ୍ଜମ ରେ ଖୋଲିବା ପାଇଁ। ସୂଚନାଯୋଗ୍ୟ;ଗଞ୍ଜାମ ଜିଲ୍ଲା ଗଞ୍ଜମ ସହର କୁ ନେଇ ଗଠିତ ହୋଇଥିଲେ ମଧ୍ୟ ଏଠାରେ JMFC କୋର୍ଟ ପ୍ରତିଷ୍ଠା ହୋଇପାରିନାହିଁ । ଗଞ୍ଜାମ ବ୍ଳକରେ ତିନଟି ଥାନା ଥିବା ବେଳେ ଏହାର କିଛି ଅଞ୍ଚଳ ଛତ୍ରପୁର କୋର୍ଟ ଓ ଆଉ କେତେ ଅଞ୍ଚଳ ଖଲ୍ଲିକୋଟ କୋର୍ଟ ଉପରେ ନିର୍ଭର କରୁଛନ୍ତି । ଗଞ୍ଜାମ ବ୍ଳକର କେତେ ଅଞ୍ଚଳ ରମ୍ଭା ଥାନା ରେ ଥିବା ବେଳେ ସେମାନେ ଖଲ୍ଲିକୋଟ କୋର୍ଟ ଉପରେ, ଓ ଗଞ୍ଜମ ଥାନା ଓ ଛତ୍ରପୁର ଥାନାରେ ଥିବା ଅଞ୍ଚଳ ବାସୀ ଛତ୍ରପୁର କୋର୍ଟ ଉପରେ ନିର୍ଭରଶୀଳ । ଯାହାଫଳରେ ଆଇନ କ୍ଷେତରେ ସହାୟତା ପାଇଁ ଦ୍ଵନ୍ଦ ଉଠୁଛି ବିଭିନ୍ନ ସମୟ ରେ ।
ଏହି ତିନଟି ଥାନା କୁ ନେଇ ଗୋଟିଏ କୋର୍ଟ ଗଞ୍ଜାମରେ ଖୋଲାଗଲେ ଲୋକମାନେ ଆଇନର ସୁବିଧା ପାଇବାରେ ସୁବିଧା ହେବ ।
ସେହିପରି ବିଭିନ୍ନ ତହସିଲ ପରିସୀମା କୁ ନେଇ JMFC. କୋର୍ଟ ଖୋଲିବ ପାଇଁ ସରକାରଙ୍କ ନିୟମ ଥିଲେ ମଧ୍ୟ , ଗଂଜାମ ସହରରେ ଜନସାଧାରଣ ଙ୍କ ଆନ୍ଦୋଳନ ଫଳରେ ୨୦୦୯ ମସିହା ଠାରୁ ତହସିଲ ଅଫିସ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଦୀର୍ଘ ୧୨ ବର୍ଷ ପରେ ବି JMFC କୋର୍ଟ ଖୋଲିପରିଲାନି ।ଏହି କୋର୍ଟ ଖୋଲିବା ପାଇଁ ସରକାର ଚିନ୍ତା କରିଥିବା ବେଳେ ଏହା ତୁରନ୍ତ କାର୍ଯ୍ୟକ୍ଷମ ହେବ ବୋଲି ବିଭିନ୍ନ ମହଲରୁ ଆଶ୍ୱାସନ ମିଳିଥିଲେ ମଧ୍ୟ ଦୀର୍ଘ ୧୨ ବର୍ଷ ଧରି କାର୍ଯ୍ୟକ୍ଷମ ହୋଇପାରିଲାନୀ ।ପୂର୍ବରୁ ଓଡ଼ିଶା ସରକାର ୬୫ଟି JMFC କୋର୍ଟ ଖୋଲାଯିବ ବୋଲି ଘୋଷଣା କରିଥିବା ବେଳେ ବର୍ତ୍ତମାନ ମାନ୍ୟବର ହାଇକୋର୍ଟ ତୁରନ୍ତ କାର୍ଯ୍ୟକାରୀ କରିବା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଗଞ୍ଜାମରେ ତୁରନ୍ତ JMFC କୋର୍ଟ ଖୋଲିବା ପାଇଁସାଧାରଣରେ ମତ ପ୍ରକାଶ ପାଉଛି ।


