ଆଶା କର୍ମୀ ମାନଙ୍କୁ କ୍ରୀଡାମନ୍ତ୍ରୀ ଙ୍କ ଥର୍ମାଲ ସ୍କାନର ଓ ପଲସ ଅକ୍ସି ମିଟର ବଣ୍ଟନ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜସ୍ମିନ ଆଫ୍ରୋଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଶା କର୍ମୀ ମାନଙ୍କୁ ଥର୍ମାଲ ସ୍କାନର ଓ ପଲସ ଅକ୍ସି ମିଟର ବଣ୍ଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟସରକାରଙ୍କ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ବିତ କରିବା ପାଇଁ ଆଶା କର୍ମୀ ମାନଙ୍କ ସେବା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପକ୍ଷରୁ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ୧୫୦ ଜଣ ଆଶା କର୍ମୀ ମାନଙ୍କୁ ଥର୍ମାଲ ସ୍କାନର ଓ ପଲସ ଅକ୍ସି ମିଟର ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳର ଅସହାୟ ଓ ଗରିବ ଲୋକମାନଙ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଆଶା କର୍ମୀ ମାନେ ରୋଗୀ ମାନଙ୍କୁ ଚିହ୍ନଟ କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ତତ୍ପର ହୋଇ କାର୍ଯ୍ୟ କରିବା ପାଇଁ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟୀ ଦଳାଇ ମତବ୍ୟକ୍ତ କରିଥିଲେ । ଏହି ଅବସରରେ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରାମେଶ୍ଵର ଜେନା, ଆୟୁଷ ଡାକ୍ତର ବିଧିଭୂଷଣ ନାୟକଙ୍କ ସମେତ ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ ।


