ଆସନ୍ତା ବର୍ଷ ବି ଧୋନି ସିଏସ୍‌‌କେ ଅଧିନାୟକ

ନୂଆଦିଲ୍ଲୀ: ନିରାଶାଜନକ ଆଇପିଏଲ୍‌ ଋତୁ ସତ୍ତ୍ବେ ଆସନ୍ତା ବର୍ଷ ବି ମହେନ୍ଦ୍ର ସିଂହ ଧୋନି ସିଏସ୍‌କେ (ଚେନ୍ନାଇ ସୁପର୍‌ କିଙ୍ଗ୍ସ)ର ନେତୃ୍ତ୍ବ ନେବେ। ଏହି କଥାକୁ ପୃଷ୍ଟି କରିଛନ୍ତି ଚେନ୍ନାଇ ସୁପର୍‌ କିଙ୍ଗ୍ସର ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ) କାଶି ବିଶ୍ବନାଥନ୍‌। ପୂର୍ବତନ ଭାରତୀୟ ଅଧିନାୟକ ଧୋନିଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଦେଇଥିବାରୁ ବିଶ୍ବନାଥନଙ୍କ ପ୍ରତିଶ୍ରୁତି ଏହି ମହାନ କ୍ରିକେଟରଙ୍କ ପ୍ରଶଂସକମାନଙ୍କ ପାଇଁ ଆଶ୍ବସ୍ତି ଆଣିଛି। ଚଳିତ ଆଇପିଏଲ୍‌ ଋତୁରେ ଚେନ୍ନାଇ ସୁପର୍‌ କିଙ୍ଗସ ରଙ୍ଗହୀନ ପ୍ରଦର୍ଶନ କରି ପ୍ରଥମ ଥର ପାଇଁ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍ ପଡ଼ିଛି। ଆଉ ଦୁଇ ମ୍ୟାଚ୍‌‌ ଖେଳିବାକୁ ଥିଲେ ମଧ୍ୟ ଏହି ଦୁଭାର୍ଗ୍ୟ ଭୋଗିଛି। ଆମ ପାଇଁ ତିନିଟି ଆଇପି‌ଏଲ୍‌ ଟ୍ରଫି ଜିତିଥିବା ଧୋନି ଆସନ୍ତାବର୍ଷ ନିଶ୍ଚିତ ଦଳର ନେତୃତ୍ବ ନେବାର ଆତ୍ମବିଶ୍ବାସ ରହିଛି‌ ବୋଲି ବିଶ୍ବନାଥନ୍ ପ୍ରକାଶ କରିଛନ୍ତି। ଗୋଟିଏ ଖରାପ ବର୍ଷ ବିତିଲା ବୋଲି ଆମେ ସବୁକିଛି ବଦଳାଇ‌ ଦେବୁ ତା’ନୁହେଁ। ଆମେ ଦକ୍ଷତା ଅନୁସାରେ ଖେଳିପାରିଲୁ ନାହିଁ। ସୁରେଶ ରାଇନା ଓ ହରଭଜନ ସିଂହଙ୍କ ଅନୁପସ୍ଥିତି ସାଙ୍ଗକୁ କିଛି କୋଭିଡ୍‌ ମାମଲା ଆମ ସନ୍ତୁଳନକୁ ବିଗାଡି ଦେଲା ବୋଲି ବିଶ୍ବନାଥନ୍ ପ୍ରକାଶ କରିଥିଲେ। ବ୍ୟକ୍ତିଗତ ଭାବେ ମଧ୍ୟ ଧୋନି ଚଳିତ ବର୍ଷ ୧୨ ମ୍ୟାଚ୍‌ରୁ ମାତ୍ର ୧୯୯ ରନ୍ କରିଛନ୍ତି। ସିଏସକେ ନିଜ ପରବର୍ତୀ ଦୁଇ ମ୍ୟାଚ୍‌ରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବ ବୋଲି ମଧ୍ୟ ସ୍ଥିର କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ