ଆସିକା ଚିନିକଳ ନିର୍ଦ୍ଧେଶିକା ରୂପେ ବେଲଗୁଣ୍ଠା ରୁ ସରୋଜିନୀ ନିର୍ବାଚିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ ରୁ ଆସିକା ଚିନିକଳ ନିର୍ଦ୍ଧେଶିକା ରୂପେ ସରୋଜିନୀ ଲେଙ୍କା ପ୍ରତିଦ୍ବନ୍ଦୀ ନମିତା ଜେନା ଙ୍କୁ ୨୪ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି l ବେଲଗୁଣ୍ଠା ବ୍ଲକ ରୁ ୫୬ ଜଣ ଭୋଟରଙ୍କ ମଧ୍ୟରୁ ୩ ଜଣ ଅନୁପସ୍ଥିତ ଥାଇ ୫୩ ଜଣ ନିର୍ଦେଶକ ପ୍ରାଥୀଙ୍କୁ ଭୋଟ ଦେଇଥିଲେ । ଗୋଟିଏ ଭୋଟ ନାକଚ ହୋଇଯାଇଥିବା ବେଳେ ସରୋଜିନୀଙ୍କୁ ୩୮ଖଣ୍ଡ ଭୋଟ ମିଳିଥିବା ବେଳେ ନମିତାଙ୍କୁ ୧୪ ଖଣ୍ଡ ଭୋଟ ମିଳିଥିଲା l ସରୋଜିନୀ ନମିତାଙ୍କ ଠାରୁ ଅଧିକା ୨୪ ଭୋଟ ପାଇ ବିଜୟୀ ହୋଇଛନ୍ତି । ବିଜୟୀ ସରୋଜିନିଙ୍କୁ ନାଟଙ୍ଗା ସେବା ସମବାୟ ସମିତି ସଭାପତି ପ୍ରହଲ୍ଲାଦ ଲେଙ୍କା ଶୁଭେଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ