ଇନ୍ଦାଗଡ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା
ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍) : ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଡୁମାକୁମ୍ପା କ୍ଳଷ୍ଟର ର ଇନ୍ଦାଗଡ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହେଇଯାଇଛି । ଏଥି ନିମିତ୍ତ ଆୟୋଜିତ ସଭାରେ ସି.ଆର୍.ସି.ସି ଶ୍ରୀ ତ୍ରିନାଥ ବେହେରା ଯୋଗ ଦେଇ ପୋଷାକ ବିତରଣର ଆଭିମୁଖ୍ୟ ପ୍ରକାଶ କରିଥିଲେ । ପ୍ରଧାନ ଶିକ୍ଷକ ହାଡୁବନ୍ଧୁ ନାୟକ ,ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷା ଲବଙ୍ଗଲତା ବେହେରା ପ୍ରମୁଖ ନିଜ ବକ୍ତବ୍ୟରେ ସରକାରଙ୍କ ଏହି ଅଭିନବ ପଦକ୍ଷେପ ର ପ୍ରତିଟି ଦିଗକୁ ଆଲୋଚନା କରିଥିଲେ । ଶିକ୍ଷକ ସିଦ୍ଧାର୍ଥ ଶତପଥୀ ସ୍ବାଗତ ଭାଷଣ ଦେବା ସହ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଜନାର୍ଦନ ପଣ୍ଡା, ବଂଶୀଧର ଦଣ୍ଡିଆ, ସନ୍ତୋଷ ରଥ, ସନ୍ତୋଷ ବେହେରା, ଶିକ୍ଷୟିତ୍ରୀ ନମିତା ପୃଷ୍ଟି,ସବିତା ବେହେରା ପ୍ରମୁଖ କାର୍ୟ୍ୟକ୍ରମରେ ସହୟତା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟଗଣ ତଥା ଅଭିଭାବକଙ୍କ ଉପସ୍ଥିତିରେ ପ୍ରତି ପିଲାଙ୍କୁ ଦୁଇ ହଳ ପୋଷାକ,ହଳେ ଜୋତା ସହ ଦୁଇ ହଳ ମୋଜା ବଣ୍ଟନ କରାଯାଇଥିଲା । ଶେଷରେ ଶିକ୍ଷକ ସନ୍ତୋଷ ରଥ ଧନ୍ୟବାଦ ଅର୍ପଣ କରିଥଲେ ।


