ଓଡିଆ ଭାଷା ଓ ସାହିତ୍ୟ ବିଭାଗର ସ୍ୱାଗ୍ତ ସମ୍ଭର୍ଦ୍ଧନା ଉସ୍ରବ
ଚିକିଟି,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଚିକିଟି ମହାବିଦ୍ୟାଳୟ ଓଢିଆ ଭାଷା ସାହିତ୍ୟ ବିଭାଗ ତରଫରୂ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ ଉଦେଶ୍ୟରେ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧକ୍ଷ ଶ୍ରୀ ପ୍ରଦୀପ କୁମାର ପାଢୀଙ୍କ ସ୍ୱାଗତ ସମ୍ଭର୍ଦ୍ଧନା ଉସ୍ରବ ଅନୁଷ୍ଠିତ ହୋଇଯାଇଛି । ଓଡିଆ ଭାଷା ସଂପତ୍ତି ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରାପ୍ତ ହୋଇସାରିଛି । ଓଡିଆ ବିଭାଗରେ ଅଧ୍ୟୟନ କରିବା ଗର୍ବର ବିଷୟ ବୋଲି ନିଜ ଭାଷଣରେ କହିଥିଲେ । ଓଡିଆ ବିଭାଗର ମୁଖ୍ୟ ଡ ପ୍ରଶାନ୍ତ କୁମାର ପାଣିଗ୍ରାହି ,ବିଦ୍ୟାର୍ଥୀ ମାନଙ୍କୁ ଶୃଙ୍ଖଳିତ ସମାୟାନୁବତ୍ତିତା ,ଶିଷ୍ଠାଚାରୀ ଓ କର୍ତ୍ତବ୍ୟପରାୟଣତା ହେବାପାଇଁ ନିଜ ସ୍ୱାଗତ ଭାଷଣରେ କହିଥିଲେ ।ଓଡିଆ ବିଭାଗର ମୁଖ୍ୟ ଡ ପ୍ରଶାନ୍ତ କୁମାର ପାଣିଗ୍ରାହି ବିଦ୍ୟାର୍ଥୀ ମାନଙ୍କୁ ଇପଦେଶ ଦେବା ସହ ବିଭାଗର ଅନ୍ୟତମ ଅଧ୍ୟାପକ ଡ ସଂଞ୍ଜୟ କୁମାର ପଣ୍ଡା ,ମଞ୍ଚାସୀନ ରହି ଓଡିଆ ବିଭାଗର ବିଦ୍ୟାର୍ଥୀ ଭାବରେ ମାତୃ ଭାଷାର ସୁରକ୍ଷା ପାଇଁ ଆହ୍ୱାନ ପାଇଁ ପ୍ରଦାନ କରିଥିଲେ ।ଅଧାପକ ପ୍ରକାଶ ବେହେରା,ଓ ସାଗରିକା ପାଢୀ ,ମହାଲକ୍ଷ୍ମୀ ସାବତ ,ସାଲିନ ବ୍ରହ୍ମା ପ୍ରଭୁତି ଛାତ୍ରୀ ସମବେତ କଣ୍ଠରେ ସ୍ୱାଗତ ସଂଗୀତ ପରିବେଶଣ କରିଥିଲେ ।ଅଧାପକ ଓ ବିଶ୍ୱନାଥ ପାଣିଗ୍ରାହି ସଭା ପରିଚାଳନାରେ ସହଯୋଗ କରିଥିବା ବେଳେ ସ୍ନାତକ ଦ୍ୱିତୀୟ ଓ ତୃତୀୟ ବର୍ଷ ସମ୍ମାନ ବିଦ୍ୟାର୍ଥୀ ମାନେ ସହଯୋଗ କରିଥିବା ବେଳେ ସ୍ନାତକ ଦ୍ୱିତୀୟ ଓ ତୃତୀୟ ସମ୍ମାନ ବିଦ୍ୟାର୍ଥୀ ମାନେ ନବାଗତ ପ୍ରଥ୍ମ ବର୍ଷ ସ୍ୱାତକ ସମ୍ମାନ ଓ ସ୍ନାତକୋତ୍ତର ପ୍ରଥମ ବର୍ଷର ବିଦ୍ୟାର୍ଥୀ ମାନଙ୍କୁ ଫୁଲ ଚନ୍ଦନ ପ୍ରଦାନ କରି ପାରମ୍ପରିକ ରିତୀରେ ସ୍ୱାଗ୍ତ କରିଥିଲେ ।ଶେଷରେ ଛାତ୍ରୀ ଗିତାରାଣୀ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥô୍ଲେ ।ଏହ÷ି ଅବସରରେ ଅନୁଷ୍ଠିତ ସମ୍ଭର୍ଦ୍ଧନା ସଭାରେ ସମସ୍ତ ସମ୍ମାନ ବିଦ୍ୟାର୍ଥୀ ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ବିଦ୍ୟାର୍ଥୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।


