ଇଭିଏମ୍ ପ୍ରଚଳନ ବନ୍ଦ ସଚେତନତାକାରୀଙ୍କୁ ଛତ୍ରପୁର କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଗତବର୍ଷ ଅଗଷ୍ଟ ୮ତାରିଖରୁ ଉତ୍ତରାଖଣ୍ଡର ରୁଦ୍ରପୁରରୁ ଓମ୍‌କାର ସିଂ ଡିଲନ ନାମକ ଜଣେ ବ୍ୟକ୍ତି ଇଭିଏମ୍ ବ୍ୟବହାର ବନ୍ଦ କରି ବାଲାଟ୍ ପେପର ବ୍ୟବହାର କରିବା ପାଇଁ ସମଗ୍ର ଭାରତବର୍ଷକୁ ପାଦରେ ଚାଲି ଚାଲି ସଚେତନ କରୁଛନ୍ତି । ସେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଆନ୍ଧ୍ର ପ୍ରଦେଶ ରାଜ୍ୟ ପରିକ୍ରମା କରି ଓଡିଶା ରାଜ୍ୟରେ ପ୍ରବେଶ କରିଛନ୍ତି । ଦୀର୍ଘ ୪୫୦୦କିଲୋମିଟର ଅତିକ୍ରମ କରି ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ଆଜି ସନ୍ଧ୍ୟା ସମୟରେ ସେ ପହଞ୍ଚି ଥିଲେ । ସେଠାରେ ତାଙ୍କୁ ଛତ୍ରପୁର କଂଗ୍ରେସ କମିଟି ର ସଦସ୍ୟ ମାନଙ୍କଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଥିଲ।। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ଯୁବ ସମାଜସେବୀ ଭାଗିରଥି ବେହେରା, ଗୋପାଳପୁର ପୋର୍ଟ ଡକ୍ ୱାର୍କରସ୍ ୟୁନିୟନର ସଭାପତି ଜି.ଏରେୟା, ଛାତ୍ର କଂଗ୍ରେସ ଜିଲ୍ଲା ସମ୍ପାଦକ ସୁବୋଧ ସୁମନ ସ୍ୱାଇଁ, ୧୯ନଂ ଜୋନ ମଣ୍ଡଳ ସଭାପତି ସୁଦାମ ପୁରୋହିତ, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ, ଦୀପକ ରାଉଳ, ବିଶ୍ୱ ରଂଜନ ଦାସ, ରଂଜିତ୍ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ