ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗରସ୍ଥ ଅଗ୍ରଣୀ ଅନୁଷ୍ଠାନ ବଂଶଧାରା ପାଠାଗାର ଠାରେ ପୁଣ୍ୟାତମ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 146 ତମ ଜୟନ୍ତୀ ଉତ୍ସବ ଅନୁଷ୍ଠାନ ର ସଭାପତି ସମାଜସେବୀ ହୃଷିକେଶ ଗୌଡ଼ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା. ବି ଡି ଓ କପିଳେଶ୍ୱର ତାଣ୍ଡି ମୁଖ୍ୟ ଅତିଥି ସଂମ୍ମାନୀତ ଅତିଥି ସର୍ବଶ୍ରୀ ଏନ ଏ ସି ଉପାଧ୍ୟକ୍ଷା ରଘୁରାମ ସାହୁ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ପୂର୍ବତନ ବ୍ୟାଙ୍କ ପ୍ରବନ୍ଧକ ରବୀନ୍ଦ୍ର କୁମାର ମଲ୍ଲିକ ଶିକ୍ଷକ ଅଶୋକ କୁମାର ଗୌଡ଼ ଶିବ ନାରାୟଣ ଆଦକ କିଶୋର କୁମାର ଜେନା ଯୋଗ ଦେଇ ଗୋପବନ୍ଧୁଙ୍କ ସେବା ତାଙ୍କ ଧର୍ମ କର୍ମ ଓ ସ୍ୱାଧୀନତା ସଂଗ୍ରାମ ର ଯୌଦ୍ଧl ସାମ୍ବାଦିକ ସାହିତ୍ୟକ ତ୍ୟାଗର ପଟ୍ଟାନ୍ତର ନାହିଁ ବୋଲି ମତ ବ୍ୟକ୍ତ କରିଥିଲେ. ପ୍ରେସ କ୍ଲବ ସଭାପତି ଆନନ୍ଦ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ. କାଶୀନଗରସ୍ତ ସମସ୍ତ କାର୍ଯ୍ୟଳୟରୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ. ସାମ୍ବାଦିକ ମନୋଜ କୁମାର ଚୌଧୁରି ଶିକ୍ଷକ ବହୁ ବୁଦ୍ଧିଜୀବୀ ଛାତ୍ରଛାତ୍ରୀ ଯୋଗଦେଇ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ. ସେଇପରି କାଶୀନଗର ବ୍ଲକର ଉଲ୍ଲଵଦ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଓ ହରିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉଦୟ କୁମାର ଲିମା ପ୍ରାଙ୍ଗଣରେ ସ୍ଥାପିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ପି ନାଗେଶ୍ୱର ରାଓ ଓ ସ୍କୁଲ ଶିକ୍ଷକ ଛାତ୍ରଛାତ୍ରୀ ମାନେ କରି ତାଙ୍କ ସ୍ମୃତି ଚାରଣ କରିଥିଲେ . ପ୍ରଭାତରେ କାଶୀନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ୍ୟ ବଣ୍ଟନ କରାଯାଇଥିଲା.


