ଉତ୍କୃଷ୍ଟ ସେବା ପାଇଁ ହାବିଲଦାର ସମ୍ମାନିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ଥାନାରେ କାର୍ଯ୍ୟରତ ହାବିଲଦାର ଵିଶ୍ଵକେଶନ ପରିଡାଙ୍କୁ ସଫଳ ପୋଲିସ ସେବାପାଇଁ ସମ୍ମାନିତ କରାଯାଇଛି । ପବିତ୍ର ଉତ୍କଳ ଦିବସ ଅବସରରେ ଭଦ୍ରକ ଚରମ୍ପା ସ୍ଥିତ ରିଜର୍ଭ ପୋଲିସ୍ ପଡିଆ ଠାରେ ଅନୁଷ୍ଠିତ ବର୍ଣ୍ଣାଢ଼୍ୟ ଉତ୍ସବରେ ଶ୍ରୀ ପରିଡାଙ୍କୁ ସମ୍ମାନୀତ କରାଯାଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜତୀନ ପଣ୍ଡା ସଫଳ ପୋଲିସ ସେବାପାଇଁ ତାଙ୍କୁ ଉପଢୌକନ ସହିତ ସମ୍ମାନୀତ କରିଥିଲେ । ଏହାସହ ଥାନାରେ କାର୍ଯ୍ୟରତ ଏଏସଆଇ ମହେଶ୍ୱର ପ୍ରଧାନ ଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି।ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ୬ଜଣ ପୋଲିସ କର୍ମଚାରୀଙ୍କୁ ଆରକ୍ଷୀ ଅଧିକ୍ଷକ ସମ୍ମାନିତ କରିଛନ୍ତି ।


