ଉପଜିଲ୍ଲାପାଳ ଓ ତହସିଲଦାର ବୁଥ୍ ଗୁଡିକୁ ବୁଲି ତଦାରଖ କଲେ

ଛତ୍ରପୁର,(ଦେବଦତ୍ତ ମହାରଣା) : ସ୍ୱତନ୍ତ୍ର ଭୋଟର ତାଲିକା-୨୦୨୦ ସଂଶୋଧନ କାର୍ଯ୍ୟସୂଚୀ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଚଳିତ ମାସ ୨୮,୨୯ ଓ ଡିସେମ୍ବର ୫ ଏବଂ ୬ ତାରିଖକୁ ସ୍ୱତନ୍ତ୍ର ପ୍ରଚାର ଦିବସ ଭାବେ ଧାର୍ଯ୍ୟ କରାଯାଇଛି । ଏହି ୪ ଦିନରେ ସମସ୍ତ ବିଏଲଓ ଏବଂ ସୁପରଭାଇଜରମାନେ ଭୋଟ ଗ୍ରହଣ କେନ୍ଦ୍ରମାନଙ୍କରେ ଉପସ୍ଥିତ ରହି ଜନସାଧାରଣଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରିବେ । ୨୦୨୧ ଜାନୁଆରି ୧ ସୁଦ୍ଧା ଯେଉଁ ମାନଙ୍କୁ ୧୮ ବର୍ଷ ବୟସ ହୋଇଥିବ ସେମାନେ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରାଇ ପାରିବେ । ଯେଉଁମାନେ ସ୍ଥାନାନ୍ତର ହୋଇଥିବେ ଓ ଯାହାର ମୃତ୍ୟୁ ହୋଇସାରିଛି ସେମାନଙ୍କ ନାମ ତାଲିକାରୁ ବାଦ୍ ଦିଆଯିବ ନିମନ୍ତେ ବିଏଲଓମାନେ କାର୍ଯ୍ୟ କରିବେ । ଶନିବାର ଛତ୍ରପୁର ସହର ଏବଂ ବ୍ଲକରେ ଥିବା ସମସ୍ତ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ଚାଲିଥିବା ଏଭଳି କାର୍ଯ୍ୟକ୍ରମକୁ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ତଦାରଖ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ତହସିଲଦାର ନୀଲମାଧବ ଭୋଇ ମଧ୍ୟ ଉପଜିଲ୍ଲାପାଳଙ୍କ ସହ ରହି ବିଭିନ୍ନ କେନ୍ଦ୍ର ଗୁଡିକରେ ଚାଲିଥିବା କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ