ଜାନୁଆରୀ ୨୩ରୁ ରଘୁନାଥପୁର ଠାରେ ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି
ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ରଘୁନାଥପୁର ଖେଳ ପଡିଆ ଠାରେ ଚଳିତମାସ ୨୩ତାରିଖ ଠାରୁ ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି ଆରମ୍ଭ ହେଉଛି । ଏହି ଆନ୍ତଃଜିଲ୍ଲା ଚତୁର୍ଦ୍ଦଶତମ ଅଦୈତ ନାୟକ ମେମୋରିଆଲ ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟକ ଦିନ ଚାରିଗୋଟି ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ୨୩ତାରିଖ ଉଦଘାଟନୀ ମ୍ୟାଚ ଇଲେଭେନ ଷ୍ଟାର ଯାଜପୁର ସହିତ ସୂର୍ଯ୍ୟଶିଖା ଭଦ୍ରକ ଓ ରାମେଶ୍ୱର ସ୍ପୋଟିଂ ସହିତ ଏମସିସି ଯାଜପୁର ମଧ୍ୟରେ ଅନୁଷ୍ଠିତ ହେବ । ୨୪ତାରିଖ ଦିନ ବିଏମସିସି ଗୋଲକୁଣ୍ଡ ସହିତ ରେଲୱେ ଭଦ୍ରକ ଏବଂ ୟୁଏଣ୍ଡମି ବାଲେଶ୍ୱର ସହିତ ୟୁନିକ ଇଲେଭେନ ଭଦ୍ରକ ମଧ୍ୟରେ ମ୍ୟାଚ ଖେଳାଯିବ । ୨୫ତାରିଖ ଦିନ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେଉଥିବାବେଳେ ୨୬ତାରିଖ ଦିନ ଫାଇନାଲ ମ୍ୟାଚ ଖେଳାଯିବ ବୋଲି କ୍ଲବର ସଭାପତି ବିଶ୍ୱନାଥ ମାଝୀ ପ୍ରକାଶ କରିଛନ୍ତି ।


