ଲିଜନ ମେମୋରିଆଲ ଡବଲ ବେଡମିଣ୍ଟନ ଚମ୍ପିଆନସିପରେ ମିଶୁ ଏଣ୍ଡ ମାସୁନ ଯୋଡି ଚମ୍ପିଆନ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଇଣ୍ଡୋର ଷ୍ଟାଡିୟମରେ ରାଇରଙ୍ଗପୁରର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ୟୂନିଟି କ୍ଲବ ଆନୁକୂଲ୍ୟରେ ପ୍ରଥମ ବାର୍ଷିକ ୨୮/୨୯ ଦୁଇ ଦିବସୀୟ ଡବଲ ବେଡ ମିଣ୍ଟନ ଟୁର୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ଜିଲ୍ଲାର ବଛା ବଛା ୧୬ ଟି ଟିମ ଅଂଶ ଗ୍ରହଣ କରିଥିଲେ । ଫାଇନାଲରେ ମିଶୁ ଏଣ୍ଡ ମାସୁନ ଯୋଡି ବାବଲା ଏଣ୍ଡ ବିନାୟକ ଯୋଡିକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା । ମୁଖ୍ୟ ଅତିଥି କିସାନ ସ୍ୱାମୀ ଏଵଂ ରାମପ୍ରବେଶ ସାଓ ବିଜେତା ଓ ଉପ ବିଜେତାଙ୍କୁ ଟ୍ରଫି ଓ ଅର୍ଥରାଶି ପ୍ରଦାନ କରିଥିଲେ । ଖେଳ ଦେଖିବାକୁ ଇଣ୍ଡୋର ଷ୍ଟାଡିୟମରେ ବହୁ ଯୁବକ ଉପସ୍ଥିତ ରହି ଖେଳର ମଜା ନେବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ଖେଳ ପରିଚାଳନାରେ ସଂଜୟ ମହାନ୍ତ, ଋଷି ସ୍ୱାମୀ, ରାହୁଲ ସ୍ୱାମୀ, ଆଦିତ୍ୟ ସାହୁ, ବିଜନ ବରାଳ, ଲଳିତ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ