ଏଫସିଆଇ ଶ୍ରମିକ ସଂଗଠନର ଅନିର୍ଦ୍ଦିଷ୍ଟ କାଳ ଯାଏଁ କାମ ବନ୍ଦ ଡାକରା

ଫୁଲବାଣୀ, (ସୁନୀଲ କୁମାର ବେହେରା) :-ସଭାପତି କେଶବ ଚନ୍ଦ୍ର ଦିଗାଲଙ୍କ ନେତୃତ୍ୱରେ ଫୁଲବାଣୀ ଏଫସିଆଇର ଶ୍ରମିକ ସଂଗଠନ ପକ୍ଷରୁ ଏଫସିଆଇର ସମ୍ମୁଖରେ ଧାରଣା ଦିଆଯାଇଛି । ସୂଚନା ପ୍ରକାରେ ଶ୍ରମିକ ମାନେ ବର୍ଷବର୍ଷ ଧରି ଏହି ସରକାରୀ ଗୋଦାମରେ କାର୍ଯ୍ୟରତ । ଏପରିକି କରୋନା ମହାମାରୀ ସମୟରେ ମଧ୍ୟ ସମଗ୍ର ବିଶ୍ୱ କରୋନା ସହ ଲଢ଼େଇ କରୁଥିବା ବେଳେ ଏହି ଶ୍ରମିକ ମାନେ ନିଜ ଜୀବନକୁ ବାଜି ଲଗେଇ କରୋନା ଯୋଦ୍ଧା ସଦୃଶ୍ୟ କାର୍ଯ୍ୟ କରି ଆସୁଥିଲେ । ଜିଲ୍ଲା ଯୋଗାଣ ବିଭାଗ ଅଧିନରେ ପରିଚାଳିତ ତିନୋଟି ଗୋଦାମ ରହିଛି । ଏଥ୍ ମଧ୍ୟରୁ ଦୁଇଟି ନିଜସ୍ଵ ହୋଇଥିବା ବେଳେ ଅନ୍ୟଟି ବେସରକାରୀ ଠିକାଦାରଙ୍କ ଦ୍ବାରା ପରିଚାଳିତ । ବିଗତ ଦିନରେ ବିଭିନ୍ନ ଆଳ ଦେଖାଇ ଶ୍ରମିକ ମାନଙ୍କ ଠାରୁ ୬ ଗୋଟି ଚାଉଳ ଉଠାଣ କ୍ଷମତା ବାହାର କରିଦିଆଯାଇଥିଲା । ଥିବା ୨ଟି ସରକାରୀ ଗୋଦାମ ଅଧିନରେ ୩୭ରୁ ଉର୍ଦ୍ଧ୍ବ ପରିବାରର ୨୦୦ ରୁ ଉର୍ଦ୍ଧ୍ଵ ସଦସ୍ୟ ନିର୍ଭର କରି ପେଟ ପୋଷଣ କରୁଛନ୍ତି ଚଳିତ ବର୍ଷ ଯୋଗାଣ ବିଭାଗ ଟେଣ୍ଡରରେ ଦୁଇଟି ବ୍ଲକ ଟିକାବାଲି ଓ ଉଦୟଗିରିର ଚାଉଳ ଉଠାଣ କ୍ଷମତା ଅପସାରଣ କରାଯାଇଛି । ବେସରକାରୀ ଗୋଦାମକୁ ଅହେତୁକ ଅନୁକମ୍ପା ଦେଖାଇ ବିଭାଗ ଦୁଇଶହ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବୋଲି ଶ୍ରମିକ ସଂଘ ଲିଖିତ ଆକାରରେ ଜିଲ୍ଲାପାଳଙ୍କ ଅଭିଯୋଗ କରିଥିଲେ ହେଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବାରୁ ଗତ କିଛି ଦିନ ହେଲା ଶ୍ରମିକମାନେ କାମ ବନ୍ଦରଖି ଧାରଣା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଦୁଇ ଦିନ ତଳେ ଜିଲ୍ଲା ପ୍ରଶାସନ ଯଦି ଆମ କଥା ନବୁଝିବେ ତେବେ ଆମେ ନିଜ ପରିବାର ପିଲାଛୁଆଙ୍କ ସହିତ ଭୋକ ଉପାସରେ ଆମେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବୁ ବୋଲି ସମ୍ପାଦକ ଦଶରଥ ସାହୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। କାର୍ଯ୍ୟ ବନ୍ଦ ଯୋଗୁଁ ଜିଲ୍ଲାର ବିଭିନ୍ନ ପଞ୍ଚାୟତବାସିଙ୍କ ପାଇଁ ହୋଇଥିବା ଆସୁବିଧା ପାଇଁ ଜିଲ୍ଲା ପ୍ରଶାସନହିଁ ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ଆଜକୁ ୨ଦିନ ତଳେ ଆସିଥିବା ୬ଟି ଟ୍ରକରେ ଚାଉଳ ବୋଝେଇ ହୋଇ ଆସି ଏଫସିଆଇ ସାମନାରେ ଥିଲା କିନ୍ତୁ ଶ୍ରମିକ ମାନଙ୍କ ଧାରଣା ଯୋଗୁଁ ଅନ ଲୋଡ଼ ନହେଇ କୁଆଡେ ଗଲା ଶ୍ରମିକ ମାନେ ତାହା ଗଣ ମାଧ୍ୟମ ଆଗରେ କହିଛନ୍ତି।ସେ ନେଇ ସି ଏସ ଓ ଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେକହିଲେ ମୁଁ ବାହାରେ ଅଛି ପରେ କଥା ହେବି କହି ଫୋନ କାଟିଦେଲେ ।ଏନେଇ ଶ୍ରମିକ ମାନଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି ?। ଅନ୍ୟ ମାନଙ୍କ ମଧ୍ୟରେ ସର୍ଦାର କେଶବ ଚନ୍ଦ୍ର ଦିଗାଲ, ରଞ୍ଜିତ ନାୟକ, ଅରୁଣ ନାୟକଙ୍କ ସମେତ ସଙ୍ଘର ସମସ୍ତ ଶ୍ରମିକ ମାନେହଁ ଧାରଣାରେ ବସିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ