ଏସବିଆଇର ସଂଧ୍ୟା ଶିବିର ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ତୁଳସୀପୁର ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ ଏକ ସଂଧ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି। ଶାଖା ପରିଚାଳକ ଶୁଭଶ୍ରୀ ଭଗବତ ପ୍ରସାଦ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ପ୍ରବନ୍ଧକ (ଆର.ବି.ଓ) ପୁରୀ ସୌରଭ ରଥ , ସମ୍ମାନିତ ଅତିଥି ଭାବେ ମୁଖ୍ୟ ପ୍ରବନ୍ଧକ ହେମନ୍ତ କୁମାର ସାହା ଯୋଗଦେଇ ଗ୍ରାହକ ଓ ବ୍ୟାଙ୍କ୍ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ ବିଷୟ ଯଥା ଡିଜିଟାଲ ବ୍ୟାଙ୍କିଙ୍ଗ,ଜନଧନ ଯୋଜନା, ସିଭିଲ ସ୍କୋର, ସୁକନ୍ୟା ସମୃଦ୍ଧି ଯୋଜନା,ଇ ମୁଦ୍ରାଯୋଜନା ଓ କୃଷି ଋଣ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ, ଏସ ଏଚ ଜି ଗୃପ, ବ୍ୟାଙ୍କ ମିତ୍ର,ଗ୍ରାହକ ସେବାକେନ୍ଦ୍ରର କର୍ମଚାରୀ,ସିଆରପି, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗି ଯୋଗ ଦେଇଥିଲେ। ନିୟମିତ ଋଣ ପରିଶୋଧ କାରି ମାନଙ୍କୁ ବ୍ୟାଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଆଗାମୀ ଦିନରେ ଏସବିଆଇ ତାର ଗ୍ରାହକଙ୍କୁ ଡୋରଷ୍ଟେପ ସର୍ଭିସ୍ ଯୋଗାଇ ଦେବା ସହ ଇ କର୍ନର ଯୋଗାଇ ଦେବା ପାଇଁ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ରଥ ପ୍ରତିଶୃତି ଦେଇଥିଲେ। ଏହି ଅବସରରେ ଉକ୍ତ ଶାଖାର ଅବସରପ୍ରାପ୍ତ କର୍ମଚାରୀ ଗନ୍ଧର୍ବ ସେଠି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ୟାଙ୍କର କ୍ଷେତ୍ର ଅଧିକାରୀ ଅଲେଖ ଚରଣ ସେଠୀ, ହିସାବ ରକ୍ଷକ ରୋଜାଲିନ ସାହୁ, ପ୍ରିୟଙ୍କା ସାହୁ, ପରିତୋଷ ମିତ୍ର,ରାଜେନ୍ଦ୍ର ଘଡେ଼ଇ, ତୁଷାର ରାଉତ ପ୍ରଶାନ୍ତ ମୁଦୁଲି ପ୍ରମୁଖ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ