ବେଲଗୁଣ୍ଠା ଠାକୁରାଣୀ ଯାତ୍ରା ଅସୀମା ପଣ୍ଡା ଲାଇଭ୍ କନସର୍ଟରେ ହଜାର ହଜାର ଦର୍ଶକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁ୍ଣ୍ଠାର ଅଧିଷ୍ଠାତ୍ରୀ ଦେବୀ ମାଁ ବ୍ରାହ୍ମଣ ଦେବୀଙ୍କ ଯାତ୍ରା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚତୁର୍ଥ ସଂଧ୍ୟାରେ ଓଡ଼ିଶାର ସୁନାମଧନ୍ୟ ଗାୟିକା ଅସୀମା ପଣ୍ଡା ଯୋଗ ଦେଇ ନିଜର ଝଲକ ଛାଡି ଯାଇଛନ୍ତି ।ଗୁରୁବାର ଏହି ରଙ୍ଗାରଙ୍ଗ ଉତ୍ସବକୁ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ସଫଳ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ବିଧାୟକ ତଥା ମହୋତ୍ସବ ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଶାର ସୁନାମଧନ୍ୟ ଗାୟିକା ଅସୀମା ପଣ୍ଡା । ସଙ୍ଗୀତର ତାଳେ ତାଳେ ଅସୀମା ରାତି ୨ଟା ପର୍ଯ୍ୟନ୍ତ ଦର୍ଶନଙ୍କୁ ବାନ୍ଧି ରଖିଥିଲେ । ତାଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ହଜାର ହଜାର ଦର୍ଶକ ରୁଣ୍ଡ ହୋଇଥିଲେ ।କିଏ ହାତ ହଲେଇ ସ୍ୱାଗତ କରିଥିଲେ ତ ମୋବାଇଲ ଫ୍ଲାସ୍ ଲାଇଟ୍ ଦେଇ ଝୁମିଥିଲେ । ଅସୀମା ପଣ୍ଡାଙ୍କ ସହ ମଞ୍ଚର ସୌନ୍ଦର୍ଯ୍ୟ ବୃଦ୍ଧି କରିଥିଲେ ଓଲିଉଡର୍ ଗୁଡ୍ଡୁ, ଜ୍ଞାନ ଓରଫ୍ ନାଲିଆମ୍ବ ଏବଂ ଅନ୍ୟ ପ୍ରତିଷ୍ଠିତ ଅଭିନେତ୍ରୀ ମାନେ ।ରସିଆ, ମାଁ ଦୂର୍ଗା ଓ ଝୁଲ୍ ରେ ନିତାଇ ଝୁଲ୍ ଆଦି ସଙ୍ଗୀତ ଗାନ କରି ଅସୀମା ଦର୍ଶକଙ୍କ ମନ ଜିଣିଥିବା ବେଳେ ଗୁଡ୍ଡୁ, ଜ୍ଞାନ ଆଦି କଳାକାର ନିଜ ନିଜ ଅଭିନୟ ଜରିଆରେ ଦର୍ଶକଙ୍କୁ ଆକର୍ଷିତ କରିଥିଲେ ।ଏହି କାର୍ଯ୍ୟକ୍ରମ ସହିତ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ସମାପ୍ତ ହେଇଥିବା ବେଳେ ଆଜି ଆଜି ମଞ୍ଚରେ ବିଧାୟକଙ୍କ ସମେତ ମହୋତ୍ସବ କାର୍ଯ୍ୟକାରୀ ସଭାପତି ତଥା ନଗରପାଳ ଫିରୋଜ କୁମାର ସେଠୀ, ଉପସଭାପତି ତଥା ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ,ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, କାର୍ଯ୍ୟକାରୀ ସମ୍ପାଦକ ସନ୍ତୋଷ କୁମାର ସୁବୁଦ୍ଧି, ଉପଦେଷ୍ଟା ତଥା ପୂର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର, ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଥାନାଧିକାରୀ ପ୍ରକାଶ କୁମାର ସାହୁ ଓ ସମସ୍ତ କାଉନସିଲର ଉପସ୍ଥିତ ଥିଲେ । ମହୋତ୍ସବ କମିଟି ତରଫରୁ ଅସୀମା ପଣ୍ଡାଙ୍କ ସମେତ ଅନ୍ୟ ସେଲିବ୍ରିଟି ମାନଙ୍କୁ ବେଲଗୁଣ୍ଠାର ପ୍ରସିଦ୍ଧ ପିତ୍ତଳ ମାଛ ଉପହାରସ୍ୱରୁପ ପ୍ରଦାନ କରାଯାଇଥିଲା । ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କ ସମୟ ଉପଯୋଗୀ ଯୋଜନା, ନଗରପାଳ ଫିରୋଜ ସେଠୀଙ୍କ କାର୍ଯ୍ୟକାରିତା ତଥା ମହୋତ୍ସବ କମିଟି ଓ କାଉନସିଲର ବୃନ୍ଦଙ୍କ ସହଯୋଗ ଏବଂ ଥାନାଧିକାରୀ ପ୍ରକାଶ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଦ୍ଵାରା ଚାରି ଦିନ ସାଂସ୍କୃତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିବା ବେଳେ ମାଁ ବ୍ରାହ୍ମଣ ଦେବୀ ଆଉ ତିନି ଦିନ ନଗର ପରିକ୍ରମା, ପୀଠରେ ଗୋଟିଏ ଦିନ ଶାନ୍ତି ହୋମ ଓ ୩୦ ତାରିଖରେ ବୈଠକ ଯାତ୍ରା ସାରି ସ୍ୱଗୃହ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ