ଓଁ ଶ୍ରୀ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାଦେବଙ୍କ ପ୍ରସିଦ୍ଧ ଅଶୋକାଷ୍ଟମୀ ରଥଯାତ୍ରା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ପୁରୁଣା ଭୁବନେଶ୍ୱର, ଏକାମ୍ର କ୍ଷେତ୍ର ହେଉଛି ଶୈବକ୍ଷେତ୍ରର ପୀଠସ୍ଥଳୀ ଭାବରେ ବିଶ୍ୱବିଖ୍ୟାତ । ଏହି କ୍ଷେତ୍ରରେ ଏଠାରେ ପୂଜା ପାଉଛନ୍ତି ମହାପ୍ରଭୁ ଶ୍ରୀଶ୍ରୀଶ୍ରୀ ଲିଙ୍ଗରାଜ ମହାଦେବ ଏବଂ ଲକ୍ଷାଧିକ ଶିବଲିଙ୍ଗ । ତେଣୁ ଏହି କ୍ଷେତ୍ରର ନାମ ଏକାମ୍ର କ୍ଷେତ୍ର ବା ଏକାମ୍ର କାନନ ବୋଲି ମଧ୍ୟ କୁହାଯାଏ । ଶ୍ରୀ କ୍ଷେତ୍ରର ରଥଯାତ୍ରା ପରି ଏକାମ୍ର କ୍ଷେତ୍ରରେ ମଧ୍ୟ ଅନୁଷ୍ଠିତ ହୁଏ ମହାପ୍ରଭୁ ଶ୍ରୀଶ୍ରୀଶ୍ରୀ ଲିଙ୍ଗରାଜ ମହାଦେବଙ୍କର ପ୍ରସିଦ୍ଧ ରଥଯାତ୍ରା, ଚନ୍ଦନ ଯାତ୍ରା, ଶିତଳଷଷ୍ଠୀ ଓ ପବିତ୍ର ମହାଶିବରାତ୍ରୀ ଜାଗର ଯାତ୍ରା ମହୋତ୍ସବ ଇତ୍ୟାଦି । ପ୍ରଭୁ ଶ୍ରୀଶ୍ରୀଶ୍ରୀ ଲିଙ୍ଗରାଜ ମହାଦେବ ରଥରେ ଯାଉଥିବା ରୁକୁଣା ରଥର ପ୍ରତିଷ୍ଠା କାର୍ଯ୍ୟ ଫଗୁଣ (ଫାଲ୍ଗୁନ ମାସ) ଦୋଳ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ । ରଥର ନିର୍ମାଣ କାର୍ଯ୍ୟ ନେତ୍ରତ୍ସୋବକୁ ସରିଯାଏ । ଏହି ରଥଯାତ୍ରାର ସବିଶେଷ ବିଶେଷତ୍ୱ ଚୈତ୍ରମାସ ଅଶୋକାଷ୍ଟମୀ ଏହି ତିଥିରେ ପ୍ରତ୍ୟକ ବର୍ଷ ସଂକ୍ଷିପ୍ତରେ ମୋର ଲେଖା ଖବରକାଗଜରେ ପ୍ରକାଶ ପାଇଆସୁଅଛି । ତେବେ, ଏହାର କିମ୍ବଦନ୍ତୀ ଅନୁସାରେ, କେଦାରେଶ୍ୱର ମହାଦେବ ଓ ମା ଗୌରୀ ଠାକୁରାଣୀଙ୍କ ପୀଠସ୍ଥଳୀ ମରିଚି କୁଣ୍ଡରୁ ଜଳ ଆସେ ଓ ରଥର ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୁଏ । ଗଜପତି ମହାରାଜା ରାଜଗୁରଙ୍କ ପୌରହିତରେ ଏହାର ସମସ୍ତ ସେବା, ପୂଜା, କାର୍ଯ୍ୟକ୍ରମ ନୀତିନିର୍ଦ୍ଦିଷ୍ଟ ସମ୍ପନ୍ନ ହୁଏ । ଯୋଗେଶ୍ୱର ‘ଶିବ’ ହେଉଛନ୍ତି ମହାଯୋଗୀ ଆଶୁତୋଷ । ସେ ରୁଦ୍ର, ସେ ପୁଣି କଲ୍ୟାଣକାରୀ । ସଂସାର ଭିତରେ ଥାଇ ମଧ୍ୟ ଯୋଗୀ ନିର୍ବିକାର । ସେ ଦେବଦେବ ମହାଦେବ ଭାବରେ ଅଗ୍ରପୂଜ୍ୟ । କିନ୍ତୁ ସକଳ କାମନା, ବାସନା ଓ ମୋହ ଠାରୁ ଉର୍ଦ୍ଧ୍ୱରେ ସେ ମହାଯୋଗୀ ପ୍ରଭୁ ଶ୍ରୀଶ୍ରୀଶ୍ରୀ ଲିଙ୍ଗରାଜ ମହାଦେବ । ମିତ୍ରେଶ୍ୱର ଲିଙ୍ଗରାଜଙ୍କ ମାମୁଁ


