ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଆଣ୍ଡ ବିଲଡିଂ କନଷ୍ଟ୍ରାକସନ ୱାର୍କରସ ୟୁନିୟନ ର ଅଷ୍ଟମ ରାଜ୍ୟ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) : ଆସନ୍ତା ୩୦ ଓ ୩୧ ଦୁଇ ଦିନ ଧରି ଏଆଇଟିୟୁସି ଅନୁବନ୍ଧିତ ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଆଣ୍ଡ ବିଲଡିଂ କନଷ୍ଟ୍ରାକସନ ୱାର୍କରସ ୟୁନିୟନ ର ଅଷ୍ଟମ ରାଜ୍ୟ ସମ୍ମିଳନୀ ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭବନ ଠାରେ ଅନୁଷ୍ଠିତ ହେବ l ଏଥି ନିମନ୍ତେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରବୀଣ କୁମାର ଦାଶଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ସମ୍ମିଳନୀ କୁ ସବୁମନ୍ତେ ସଫଳ କରିବା ପାଇଁ ଉପସ୍ଥିତ ସମସ୍ତ କର୍ମକର୍ତା ଓ ସଦସ୍ଯ ମାନଙ୍କୁ ଆହ୍ୱାନ କରିଥିଲେ l ଏହି ବୈଠକ ରେ ଏଆଇଟିୟୁସି ଜିଲ୍ଲା ନେତା ନୀଳକଣ୍ଠ ଦାଶ, ସିପିଆଇ ଛତ୍ରପୁର ଜୋନାଲ ସମ୍ପାଦକ ଏସ. କ୍ରୀଷ୍ଣା ରେଡ୍ଡୀ, ଶ୍ରମିକ ନେତା କେଶବ ନାହାକ ଓ ଆଇନଜୀବି ଡ଼ି. ଆଦିନାରାୟଣ ରେଡ୍ଡୀ ଙ୍କ ସମେତ ବହୁ ଶ୍ରମିକ ମାନେ ଉପସ୍ଥିତ ଥିଲେ l


