ଓଡିଶା ବ୍ରାହ୍ମଣ ସମାଜ ତରଫରୁ ବି‌ଶ୍ୱଶାନ୍ତି ମହାଯଜ୍ଞ

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): ସାରା ବିଶ୍ୱ ସମେତ ଆମ ଦେଶ ଏବଂ ଆମ ରାଜ୍ୟରେ ମହାମାରୀ କରୋନାର ଦିତୀୟ ଲହର ଚାଲିଛି ।ସମସ୍ତ ମାନବ ସମାଜ ଭୟଭୀତ ,ଥରହର । କରୋନା ମିଟର ଦିନକୁ ଦିନ ବଢିବାରେ ଲାଗିଛି ।ତଦସହ ପ୍ରବର ରୌଦ୍ରତାପରେ ଅସହ୍ୟ ହେଉଛି ଜୀବନ ।ଏହିସବୁ ଦୈବୀ ଦୁର୍ବିପାକ,ପ୍ରାକୃତିକ ଦୁର୍ବିବାକରେ ସମାଜ ଅଵସ୍ଥା ସଂକଟାପନ୍ନ ।ଏଥିପାଇଁ ଓଡିଶା ବ୍ରାହ୍ମଣ ସମାଜ ,ରାଇରଙ୍ଗପୁର ଶାଖା ଆନୁକୂଲ୍ୟରେ ଦିତୀୟ ବର୍ଷରେ ଏକ ଦିବସୀୟ ବିଶ୍ୱଶାନ୍ତି ଯଜ୍ଞ ରାଇରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରବିବାର ଦିନ ଆୟୋଜନ କରା ଯାଇଥିଲା ସାରା ପୃଥୀବୀରେ ମହାମାରୀ କରୋନା ଦୂରହେଉ,ଭାଇଚାରା ରହୁ,ଶାନ୍ତି ଫେରି ଆସୁ,ସମସ୍ତେ ଆଧ୍ୟାତ୍ମବାଦୀ ହୁଅନ୍ତ,ଶୃଙ୍ଖଳା ଆସୁ,ସମସ୍ତଙ୍କ ମନରେ ଆନନ୍ଦ ଓ ଖୁସି ଭରି ରହୁ,ସମସ୍ତେ ଐଶ୍ବର‌୍ୟ୍ୟବାନ ହୁଅନ୍ତ,ରୋଗମୁକ୍ତ ଓ ସୁସ୍ଥ ରୁହନ୍ତୁ ଏହାହିଁ ବ୍ରାହ୍ମଣ ସମାଜ ତରଫରୁ ବିଶ୍ୱଶାନ୍ତି ଯଜ୍ଞ ଆୟୋଜନ କରିବାର ଉଦେଶ୍ୟ ବୋଲି କମିଟିର ସଦସ୍ୟ ମାନେ କହିଥିଲେ।ବାହାରୁ ଆର୍ଥିକ ସାହାଯ୍ୟ ନ ନେଇ ବ୍ରାହ୍ମଣ ସମାଜର ସଭ୍ୟ/ସଭ୍ୟା ମାନଙ୍କ ନିଜସ୍ବ ଅର୍ଜିତ ଅର୍ଥରେ ଏହି ଯଜ୍ଞ ଆୟୋଜନ କରିଥିଲେ ।ବାମନଘାଟୀ ଉପଖଣ୍ଡର ବହୁ ସଦସ୍ୟ/ସଦସ୍ୟା ଏଥିରେ ସାମିଲ ହୋଇଥିଲେ ।ଏହି ବିଶ୍ବଶାନ୍ତି ଯଜ୍ଞରେ କର୍ତାଥିଲେ ଶିକ୍ଷକ ଆଲୋକ ମିଶ୍ର ଏବଂ ତାଙ଼କ ସହଧର୍ମିଣୀ ରୀତାରାଣୀ ମିଶ୍ର ।ପୂଜକ ଥିଲେ ଦେବ ନନା,ପ୍ରଶନ୍ନ ନନା,ମକରୁ ନନା,ବୁଲା ନନା,ଓ ଜନ ନନା ।ବହୁ ବ୍ରାହ୍ଣ ବିଦ୍ବାନ ଗୀତା ଶ୍ଳୋକ ଏବଂ ବିଷ୍ନୁ ସହସ୍ର ନାମ ପଠନ କରିଥିଲେ ।ଗୀତା ୭୦୦ ଶ୍ଳୋ କ ଆହୂତି ଦିଆଯାଇଥିଲା ।ସମଗ୍ର ଅଂଚଳ ଆଧ୍ୟାମିକ ପରିବେଶ ହୋଇ ଉଠିଥିଲା ।ଏହି ପବିତ୍ର କାର୍ଯ୍ୟକ୍ରମରେ ଓଡିଶା ବ୍ରାହ୍ଣଣ ସମାଜ, ରାଇରଙ୍ଗପୁର ଶାଖା ସଭାପତି ପ୍ରଭାସ କବି,ଉପସଭାପତି ଆଲୋକ ମିଶ୍ର,କୋଷାଧ୍ୟକ୍ଷ ସତ୍ୟ ରଂଜନ ମହାପାତ୍ର, ଶୁଶାନ୍ତ ଶର୍ମା,ଗଣେଶ୍ବର ଦାସ,ସୁଧୀର ମିଶ୍ର,ଦିଲିପ ଷଡଙ୍ଗୀ,ଗଣେଶ ମିଶ୍ର,ହିରଣ୍ମୟୀ କବି,ନିରୁପମା କବି,ମାନସୀ ମହାପାତ୍ର,ବାଇଧର ପଣ୍ଡା,କ୍ଷୀରୋଦ ତ୍ରିପାଠୀ,ମାନସ ଓତା,ପ୍ରଭାସିନୀ ଦାସ,ନମିତା ଓତା,ଶୁଭଲକ୍ଷ୍ମୀ ମହାପାତ୍ରଙ୍କ ସମେତ ବହୁ ସଭ୍ୟ/ସଭ୍ୟା ଯୋଗ ଦେଇଥିଲେ ।ରାଇରଙ୍ଗପୁର ବ୍ରାହ୍ମଣ ସମାଜର ଏଭଳି ଯଜ୍ଞ ଏବଂ ମାନବ କଲ୍ୟାଣ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ