ମାରାଂବୁରୁଙ୍କ ଅପମାନସୂଚକ ଭିଡିଓ ଅପଲୋଡ ନେଇ ଅଲ ଓଡିଶା ଆଦିବାସୀ ପ୍ରଯୋଜକ ସଂଘ ତରଫରୁ ଥାନାରେ ଏତଲା
ରାଇରଙ୍ଗପୁର (ଅକ୍ଷୟ କୁମାର):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରଠାରେ ଅଲ ଓଡିଶା ଆଦିବାସୀ ପ୍ରଡ୍ଯୁସର ଆସୋସିଏସନ ପକ୍ଷରୁ ରାଇରଙ୍ଗପୁର ଥାନାରେ ଆଜି ଏତଲା ଦିଆଯାଇଛି ଯେ ଏକ ଚାନେଲ(ମେରି ହାଁସଦାଃ)ରେ ଏକ ଅସାମାଜିକ ଭିଡିଓ ଅପଲୋଡ କରାଯାଇଥିଲା ।ଏହା ଆଦିବାସୀମାନଙ୍କର ଧର୍ମ ଦେବତା ପ୍ରତି ଅପମାନସୂଚକ ।ଏହା ଆଦିବାସୀମାନଙ୍କର ଧାର୍ମିକ ମନୋବୋଧକୁ କୁଠାରଘାତ କରିଛି ।ସେଥିରେ ପ୍ରକୃତି ଦେବତା ମାରାଂବୁରୁଙ୍କୁ ସୈତାନ ରୂପେ ଉଲ୍ଲେଖ କରାଯାଇଛି ।ଏହା ଦେଖିବା ପରେ ଆଦିବାସୀଙ୍କ ମହଲରେ ତିବ୍ର ପ୍ରତିକ୍ରିୟା ,ବିରୋଧ ଓ ଅସନ୍ତୋଷ ପ୍ରକାଶ ପାଇଛି ।ଏହାକୁ ନେଇ ଅଲ ଓଡିଶା ଆଦିବାସୀ ପ୍ରଡ୍ଯୁସର ଆସୋସିଏସନ ତରଫରୁ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି।ଏହି ଗୀତିରେ ସମ୍ପୃକ୍ତି ଥିବା ସିଙ୍ଗର,ଲିରିଷ୍ଟ,ଷ୍ଟୁଡିଓ ଓନର,ଆଣ୍ଡ ଆର୍ଟିଷ୍ଟ,ଡାନ୍ସ ଗୃପ ଏବଂ ପ୍ରଡ୍ଯୂସରଙ୍କ ବିରୋଧରେ ଏତଲା ଦିଆଯାଇଛି । ସଂଘର ରାଜ୍ଯ ଉପ ସଭାପତି ରିନ୍ଦି ମୁର୍ମୁ,ରାଜ୍ଯ ସାଧାରଣ ସଂପାଦକ ଗୋବିନ୍ଦ ସୋରେନ,ଗୋପାଲ ବେଶ୍ରା,ଗୋପାଲ ମାର୍ଶାଲ ଟୁଡୁ ପ୍ରମୁଖ ଥାନାରେ ଲିଖିତ ଅଭିଯୋଗ କରି ଥିଲେ ।


