ଓରାଳି ଜିଆରଏସଙ୍କ ବିରୁଦ୍ଧରେ ଅଭିଯୋଗ କଲେ ସରପଞ୍ଚ ଓ ୱାର୍ଡ ସଭ୍ୟସଭ୍ୟା

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଓରାଳି ପଞ୍ଚାୟତର ଜିଆରଏସ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ସହଯୋଗ କରୁନଥିବାରୁ ଓରାଳି ପଞ୍ଚାୟତର ସରପଞ୍ଚ ୱାର୍ଡ ସଭ୍ୟସଭ୍ୟା ମାନେ ପଞ୍ଚାୟତ ରେଜୁଲେସନ କରି ବିଡିଓଙ୍କୁ ଅବଗତ କରାଇଛନ୍ତି । ଅଭିଯୋଗ ଅନୁଯାଇ ପଞ୍ଚାୟତ ନିର୍ବାଚନ ପରଠାରୁ ଜିଆରଏସ ମନୋଜ କୁମାର ମହାନ୍ତି ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁନାହାନ୍ତି । ପଞ୍ଚାୟତର କୌଣସି ଉନ୍ନୟନ ମୁଳକ କାର୍ଯ୍ୟରେ ସହଯୋଗ ମଧ୍ୟ କରୁନାହାନ୍ତି । ଏନେଇ ତାଙ୍କୁ ବାରମ୍ବାର ଜଣାଇଲେବି ସେ କାହାକୁ ଖାତିର କରୁନଥିବା ସରପଞ୍ଚ ଅଭିଯୋଗ କରିଛନ୍ତି । ଯାହା ଫଳରେ କି ପଞ୍ଚାୟତରେ ମନରେଗା ଯୋଜନାର କାର୍ଯ୍ୟରେ ବାଧା ଉପୁଜୁଛି । ଯବକାର୍ଡ ଟିଏ ଖୋଲିବା ପାଇଁ ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ବସିବସି ଫେରୁଛନ୍ତି । ଏଣୁ ହାଟଡିହି ବ୍ଲକର ବିଡିଓ ତୁରନ୍ତ ପଦକ୍ଷେପ ଗ୍ରହଣକରି କିପରି ପଞ୍ଚାୟତଟି ସୁରୁଖୁରୁରେ ଚାଲିବ ସେ ନେଇ ସୁବ୍ୟବସ୍ଥା କରିବାକୁ ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ପ୍ରୀତିଲତା ମଲ୍ଲିକ, କାହ୍ନୁ ରାଉତ, ମାମିନା ଜେନା, କୁନ୍ତଳା ଜେନା, ସୁବ୍ରତ ସାମଲ, ରଞ୍ଜନ ସାମଲ, ସନତ ଜେନା, ଗୀତା ସା ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ