ଖୋଲିଲା ଅଙ୍ଗନବାଡି କେନ୍ଦ୍ର : ପିଲାଙ୍କୁ ସ୍ୱାଗତ କଲେ କାଳିପଲ୍ଲୀ ସରପଂଚ

ଛତ୍ରପୁର, (ଦେବଦତ୍ତ ମହାରଣା) :-କରୋନା ଯୋଗୁଁ ପ୍ରାୟ ଦୁଇ ବର୍ଷ ଧରି ବନ୍ଦ ରହିଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକ ସରକାରଙ୍କ ପକ୍ଷରୁ ଖୋଲାଯାଇଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକର କାଳିପଲ୍ଲୀ ସରପଂଚ ବି. ଲକ୍ଷ୍ମୀ ପାତ୍ର ଗ୍ରାମ ପଂଚାୟତର ହରିପୁର, ବନ୍ଦର ଓ ଆର୍‌. କତୁରୁ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପହଂଚି ପିଲାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ହରିପୁର ଗ୍ରାମରେ ୩୫ ଜଣ ପିଲା ପାଠ ପଢୁଥିବା ବେଳେ ଆର୍‌. କତୁରୁ ଗ୍ରାମରେ ୪୦ ଜଣ ପିଲା ଓ ବନ୍ଦର ଗ୍ରାମରେ ୩୦ ଜଣ ପିଲା ପାଠ ପଢୁଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ