ଅହିଂସା ରଥକୁ ଗଞ୍ଜାମରେ ବିପୁଳ ସମ୍ବର୍ଦ୍ଧନା

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଜନ ସାଧାରଣଙ୍କ ଭିତରେ ଦେଶପ୍ରେମର ଜାଗରଣ ସୃଷ୍ଟି କରିବା ପାଇଁ ଅହିଂସା ରଥ ଆଜି ସର୍ବ ପ୍ରଥମେ ଗଞ୍ଜାମ ଜିଲ୍ଲା ତପ୍ତପାଣି ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବ୍ରହ୍ମପୁର ରଶ୍ମିରାଣୀ ନିମାକା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଭଞ୍ଜନଗର ଗୌରୀ ଶଙ୍କର ଶତପଥୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷୀତ ଦାସ, ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ହରି ଚରଣ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ କୁମାର ପରିଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଶ୍ରୀନିବାସ ବେହେରା, ବ୍ଲକ୍ ଅଧ୍ୟକ୍ଷ ସୀମାଞ୍ଚଳ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ/ସଭ୍ଯା ସୁଲତା ରାଣୀ ସ୍ବାଇଁ, ମମତା ପ୍ରଧାନ, ଅମୀନ ପ୍ରଧାନ, ବିଜୟ ପ୍ରଧାନ, ସ୍ଥାନୀୟ ସରପଞ୍ଚ କବିତା ଗମାଙ୍ଗୋ, ଭାରପ୍ରାପ୍ତ ଥାନା ଅଧିକାରୀ ସବ୍ୟସାଚି ମଲ୍ଲ, ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି, ସ୍ବୟଂ ସହାୟିକା ଗୋଷ୍ଠୀ, ବିଦ୍ୟାଳୟର ଛାତ୍ରଛାତ୍ରୀ ଗଣ ଅହିଂସା ରଥକୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ପରେପରେ ପୋଡାମାରୀ ଏବଂ ଡେଙ୍ଗାଓସ୍ତ ଠାରେ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଅହିଂସା ରଥ ଦ୍ବୟକୁ ଉତ୍ସାହର ସହ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ତତ୍ପରେ ପ୍ରଥମ ରଥ ଦିଗପହଣ୍ଡି ବ୍ଲକ୍ ଅଭିମୁଖେ ଓ ଦ୍ବିତୀୟ ରଥ ଚିକିଟି ଅଭିମୁଖେ ଯାତ୍ରା କରିବା ପରେ ସେଠାରେ ବିପୁଳ ଭାବରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ସହ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା କରିବା ସହିତ ବିଭିନ୍ନ ସାଂସ୍କୃତିକ ଦଳ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଚିକିଟି ଠାରେ ଏକ ସାଧାରଣ ସଭା କରାଯାଇ ସତ୍ୟ, ଶାନ୍ତି ଓ ଅହିଂସାର ବାର୍ତ୍ତା ବହନ କରିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଗଞ୍ଜାମ କଳା ପରିଷଦ ଦ୍ବାରା ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର, ତହସିଲଦାର ବିଶ୍ବ ରଞ୍ଜନ କହଁର, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଦୀପାରାଣୀ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଗ୍ରାମଜିତ୍ ସାହୁ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ପାତ୍ରପୁର ବ୍ଲକ୍ ଠାରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ କୁମାର ଦାଶ, ତହସିଲଦାର ଅମୀତ୍ କୁମାର ନାୟକ, ବ୍ଲକ୍ ଅଧ୍ୟକ୍ଷା ଓ୍ବାଇ. ସଂଯୁକ୍ତା, ଜନ ପ୍ରତିନିଧି, ସ୍ବୟଂ ସହାୟିକା ଗୋଷ୍ଠୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ସ୍ବାଧୀନତା ସଂଗ୍ରାମୀ ବୈକୁଣ୍ଠ ନାୟକଙ୍କ ପୁତ୍ର ଶଶୀ ଭୂଷଣ ନାୟକଙ୍କୁ ସମ୍ମାନୀତ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେରଗଡ ଠାରେ ଅହିଂସା ରଥକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଜନସାଧାଣଙ୍କ ଦ୍ବାରା ଭବ୍ୟସମ୍ବର୍ଦ୍ଦନା ଦିଆଯାଇଥିଲା । ସେଠାରେ ବ୍ଲକ୍ ଅଧ୍ୟକ୍ଷ କେ.ସି. ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାଶିସ୍ ବରାଳ, ତହସିଲଦାର ଡଃ ଗୟାସିନ୍ଧୁ ପରିଡା, ଭାରପ୍ରାପ୍ତ ଥାନା ଅଧିକାରୀ ମନୋଜ ପ୍ରଧାନ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ସ୍ବୟଂ ସହାୟିକ ଗୋଷ୍ଠୀ ର କର୍ମକର୍ତ୍ତା ଓ ସ୍ଥାନୀୟ ଜନ ପ୍ରତିନିଧି ଓ ଜନ ସାଧାରଣଙ୍କ ଉପସ୍ଥିତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ