ଓ.ଆଇ.ସି.ଟି.କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରରେ ସ୍ୱାଧୀନତା ଦିବସ
କେନ୍ଦ୍ରାପଡା : ମୀରପାଟଣାସ୍ଥିତ ଓ.ଆଇ.ସି.ଟି.କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରରେ ୭୩ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ଦେଶପ୍ରେମରେ ଉଦବୁଧ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଓ ଶିକ୍ଷାକେନ୍ଦ୍ରର ଶିକ୍ଷକ,ଷ୍ଟାଫ ଓ ଛାତ୍ରଛାତ୍ରୀମାନେ ସ୍ୱଛ ଭାରତ ଅଭିଯାନରେ ମୀରପାଟଣା ମୁଖ୍ୟ ରାସ୍ତାର ସଫେଇ କାର୍ଯ୍ୟ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ରର ମୁଖ୍ୟ ଦିଲ୍ଲିପ କୁମାର ଜେନା, ଧନେଶ୍ୱର ଜେନା, ପ୍ରଭାତ କୁମାର ବେହେରା, ଲିପ୍ସାମୟୀ ଦାସ, ଲିଜା, ଶ୍ରବଣ କୁମାରଙ୍କ ସମେତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।


