କଙ୍ଗନାଙ୍କ ବିମାନରେ ହଙ୍ଗାମା କରିବା ୯ଜଣ ସାମ୍ବାଦିକଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: କଙ୍ଗନା ରାଣାୱତ ଯାତ୍ରା କରୁଥିବା ବିମାନରେ ଚଢ଼ି ହଙ୍ଗମା କରିଥିବା ଅଭିଯୋଗରେ ୯ଜଣ ସାମ୍ବାଦିକଙ୍କ ଉପରେ ଇଣ୍ଡିଗୋ ଏୟାରଲାଇନ୍ସ  କଟକଣା ଲଗାଇଛି। ଉକ୍ତ ୯ଜଣ ସାମ୍ବାଦିକ ବିମାନରେ ଚଢ଼ି କଙ୍ଗନାଙ୍କ ଫଟୋ ତଥା ଭିଡ଼ିଓ ନେବା ପାଇଁ ବିମାନ ଭିତରେ ହଙ୍ଗାମା କରିଥିଲେ । ଆଜି ଇଣ୍ଡିଗୋ ପକ୍ଷରୁ ଏ ନେଇ କାର୍ଯ୍ୟାନୁଷ୍ଠାନ ଘୋଷଣା କରାଯାଇଛି ଓ ୧୫ ଦିନ ଲାଗି ୯ ଜଣଙ୍କ ଉପରେ ଉଡାଣ ନିଷେଧ କଟକଣା ଜାରି କରାଯାଇଛି ସୂଚନାଯୋଗ୍ୟ, ସେପ୍ଟେମ୍ବର ୯ରେ କଙ୍ଗନା ଇଣ୍ଡିଗୋର ଫ୍ଲାଇଟ ନମ୍ବର ୬ଇ-୨୬୪ରେ ଚଣ୍ଡିଗଡ଼ରୁ ମୁମ୍ବାଇ ଯାଉଥିଲେ। ଏହି ସମୟରେ ସାମ୍ବାଦିକମାନେ କରୋନାର ସମସ୍ତ ଗାଇଡ ଲାଇନ ଉଲ୍ଲଘଂନ କରିଥିଲେ।  ଉକ୍ତ ୯ ଜଣ ସାମ୍ବାଦିକ ସାମାଜିକ ଦୂରତ୍ବ ରକ୍ଷା ନ କରି ବିମାନ ମଧ୍ୟରେ ଫଟୋଗ୍ରାଫି କରିଥିଲେ । ଏହାପରେ ସାମ୍ବାଦିକଙ୍କ ନିୟମ ଉଲ୍ଲଘଂନ ସଂକ୍ରାନ୍ତରେ  ଡିଜିସିଏ ଇଣ୍ଡିଗୋକୁ ଏ ଦିଗରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ଏବେ ସେମାନଙ୍କ ଉପରେ ଇଣ୍ଡିଗୋ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୯ଜଣଙ୍କ ଉଡାଣ ଉପରେ କଟକଣା ଲଗାଇଛି । ତେବେ ଏ କଟକଣା ଅକ୍ଟୋବର ୧୫ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ଗତମାସରେ ଡିଜିସିଏ ସ୍ପଷ୍ଟ କରିଥିଲା ଯେ ଯାତ୍ରୀ ବିମାନ ଭିତରେ ଫଟୋ ଉତ୍ତୋଳନ କରିପାରିବେ ଓ ଭିଡ଼ିଓ ପ୍ରସ୍ତୁତ କରିପାରିବେ। ମାତ୍ର ରେକଡିଂ ଉପକରଣ ବ୍ୟବହାର କରିପାରିବେ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ