କଟକଣାରେ ମାଘ ସପ୍ତମୀ ୮ଦିନରେ ସମସ୍ତ କାର୍ଯ୍ୟ ସରିବା ନେଇ ଆଶଙ୍କା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ଆସନ୍ତା ଫେବୃୟାରୀ ୬ ଓ ୭ ତାରିଖରେ ଚନ୍ଦ୍ରଭାଗା ତୀର୍ଥ କ୍ଷେତ୍ରରେ ମାଘ ସପ୍ତମୀ ବୁଡ । କୋଭିଡ ଗାଇଡଲାଇନ ଅନୁଯାୟୀ କଟକଣାରେ ଚନ୍ଦ୍ରଭାଗା ତୀର୍ଥରେ ପବିତ୍ର ମାଘ ସପ୍ତମୀ ବୁଡ ସମାପନ ହେବ । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ସମନ୍ୱୟ ବୈଠକ ଅନୁଷ୍ଟିତ ହୋଇଯାଇଛି । ମାଘ ସପ୍ତମୀ ଆଉ ମାତ୍ର ୮ଦିନ ଥିବାରୁ ସମସ୍ତ କାର୍ଯ୍ୟ ସଠିକ ପରିଚାଳନା ନେଇ ଆଶଙ୍କା ଦେଖାଦେଇଛି । ଏନେଇ ଏନଏସି ପକ୍ଷରୁ ପ୍ରାଥମିକ କାର୍ଯ୍ୟ ଆଗେଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । କୋଣାର୍କ ଏନଏସି କର୍ମଚାରୀ ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ନଥିବା ଅଭିଯୋଗ ହୋଇଥିଲା । ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ତିନି ଠାକୁରଙ୍କ ନୀତି ସମ୍ପାଦନ, ଆଇନଶୃଙ୍ଖଳା, ପରିମଳ, ଆଲୋକ ବ୍ୟବସ୍ତା, ଚନ୍ଦ୍ରଭାଗା ପୁଷ୍କରିଣୀ ଖନନ ଆଦି ସଂପର୍କରେ ଆଲୋଚନା ହୋଇଥିଲା । ଚନ୍ଦ୍ରଭାଗା ତୀର୍ଥରେ ତିନି ଠାକୁରଙ୍କ ସ୍ନାନ ପରେ ସେବାୟତଙ୍କ ସହିତ ପ୍ରାୟ ୩ଶହ ଜଣଙ୍କୁ ଅନୁମତି ରହିଛି । ପ୍ରତିବର୍ଷ ଭଳି ମାଘ ଷଷ୍ଟି ଓ ସପ୍ତମୀ ଦୁଇଦିନ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ କରାଯାଇଛି । ମାଘ ସପ୍ତମୀ ସହିତ ଜଡିତ ସମସ୍ତ କାର୍ଯ୍ୟ ସୁଚାରୁରୂପେ ତୁଲାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ନାଥଶର୍ମର୍ା,ଗୋପ ତହସିଲଦାର ଏସକେ ସାଗିର,ନିମାପଡା ଏସଡିପିଓ ଦେବାଶିଷ ମିଶ୍ର, ନିମାପଡା ବିଡିଓ ବସନ୍ତ ମଲ୍ଲିକ,କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା,ଗଣମାଧ୍ୟମ ପ୍ରତିନିଧି,ମାଘମେଳାର ବ୍ୟବସ୍ତା ସହ ସଂପୃକ୍ତ ବିଭାଗୀୟ ଅଧିକାରୀ,ତିନି ଠାକୁରଙ୍କ ସେବାୟତ ପ୍ରମୁଖ ଉପସ୍ତିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ