କଟକ-ଚାନ୍ଦବାଲି ରାସ୍ତାରେ ବାଲିଗଦା ଯୋଗୁଁ ଘଟୁଛି ଦୁର୍ଘଟଣା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କଟକ-ଚାନ୍ଦବାଲି ରାସ୍ତାରେ ବାଲି ଗଦା ଯୋଗୁଁ ଦୈନିକ ଛୋଟ ବଡ ଦୁର୍ଘଟଣାମାନ ଘଟୁଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଉନାହିଁ । ଗୃହ ନିର୍ମାଣ ପାଇଁ ବ୍ୟକ୍ତି ବିଶେଷମାନେ ମୁଖ୍ୟ ରାସ୍ତା ଉପରେ ବାଲିଗୋଡି ଆଦି ଗଦା କରି ରଖୁଛନ୍ତି । ଫଳରେ ସେହି ରାସ୍ତା ଦେଇ ଯାଉଥିବା ଦୃତଗାମୀ ଗାଡି ଗୁଡିକ ସହିତ ପଥଚାରୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ରବିବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଲେଜ ଛକ ନିକଟରେ ଥିବା ଏକ ପେଟ୍ରୋଲ ଟାଙ୍କି ନିକଟରେ । କଟକ ଗମାନଡିଆ ଗ୍ରାମର ସେକ ଇବ୍ରାହିମ ଓ ହାଜି ଇଜାଜ ନାମକ ଦୁଇ ଜଣ ବ୍ୟକ୍ତି ଏକ ବାଇକ ଯୋଗେ ଯାଉଥିବା ବେଳେ ସେହି ପେଟ୍ରୋଲ ଟାଙ୍କି ନିକଟରେ ଗଦା ହୋଇଥିବା ବାଲି ରାସ୍ତା ଉପରକୁ ମାଡି ଆସିଥିବାରୁ ଟାଙ୍କିରୁ ତେଲ ପକାଇ ଏକ ବୋଲେରୋ (ନଂ-ଓଡି-୨୯-ଏଫ୍‌-୧୮୮୮) ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଫଳରେ ବାଇକରେ ବସିଥିବା ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ରାସ୍ତାରେ ଜମା ହୋଇଥିବା ବାଲି ଯୋଗୁ ବୋଲେରୋଟି ଡିଭାଇଡରରେ ପିଟି ହୋଇଯିବା ଯୋଗୁ ବୋଲେରୋର ଆଗ ଚକାଟି ଫାଟିଯାଇଥିଲା । ଦୈନିକ ଏହିଭଳି ଦୂର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ନ ଦେବା ଏବଂ ରାସ୍ତା ଉପରେ ବାଲି ଗୋଡି ଗଦା କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନଥିବାରୁ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ