କଟକ ନଗର କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
କଟକ,(ଦୀପକ୍ କୁମାର ବେଉରା): ରାଜ୍ୟର ସର୍ବପୁରାତନ ରାଧାନାଥ ଟ୍ରେନିଂ କଲେଜର ସୁରକ୍ଷା ଏବଂ ଭିତ୍ତିଭୂମିର ବିକାଶ ଦାବିକରି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କଲା କଟକ ନଗର କଂଗ୍ରେସ କମିଟି । ଏହି ଅବସରରେ କଟକ ବାରବାଟୀର ବିଧାୟକ ଇଂ ମହମ୍ମଦ ମୋକ୍କୀମ ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ୧୮୫୯ ରେ ଏହି ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ବେଳେ ୧୮୭୫ ରେ କଟକ ଟ୍ରେନିଂ ସ୍କୁଲ, ୧୯୨୩ ରେ କଟକ ଟ୍ରେନିଂ କଲେଜ ଓ ୧୯୫୫ ରେ ଏଠାରେ ବି ଏ ଡ଼ ଶିକ୍ଷାଦାନ ଆରମ୍ଭ ହୋଇଥିଲା । ପରେ ଏମ ଏ ଡ଼ ଓ ଏମ ଫିଲ୍ ଭଳି ଶିକ୍ଷା ଆତମ୍ଭ ହୋଉ ଆଜି ରାଧାନାଥ ଟ୍ରେନିଂ କଲେଜ ସାରା ଦେଶରେ ବେଶ ପରିଚିତ । ମାତ୍ର ପ୍ରଶାସନିକ ଆନ୍ତରିକତା ଅଭାବରୁ ଏହା ଧୀରେ ଧୀରେ ଏହାର ଭିତ୍ତିଭୂମି ନଷ୍ଟ ହେବାରେ ଲାଗିଛି ଯାହାକୁ ନେଇ କଂଗ୍ରେସ ବିରୋଧ ପ୍ରଦର୍ଶନ କରିବା ସହିତ ଆର ଏନ ଟି କୁ ଶିକ୍ଷକ ପ୍ରଶିକ୍ଷଣ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହିତ ଜାତୀୟ ସ୍ଥରୀୟ ଶିକ୍ଷକ ତାଲିମ କେନ୍ଦ୍ରରେ ପରିଣତ କରିବାକୁ ଦାବି କରିଛି ନଗର କଂଗ୍ରେସ ।


