ଜଙ୍ଗଲ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ;୯ଜଣ ଆହତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  କୋଟଗଡ଼ ବ୍ଳକରେ ଏଜ ଜଙ୍ଗଲ ଜମିକୁ ନେଇ ୨ ଗ୍ରାମ କେସରାଗୁଡ଼ା ଓ ମଦାଙ୍ଗି ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଏଥିରେ ଉଭୟ ପକ୍ଷରୁ ୯ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ କୋଟଗଡ଼ ଓ ବାଲିଗୁଡ଼ା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ୍‍, ବ୍ଳକ ଓ ତହସିଲ୍‍ ବିଭାଗ ପହଞ୍ଚିଥିଲେ । ଖବର ପ୍ରକାରେ, କେସରାଗୁଡ଼ା ଗ୍ରାମବାସୀମାନେ ଦୀର୍ଘବର୍ଷ ହେଲା ଏକ ଜଙ୍ଗଲ ଜମିକୁ ନିଜ ଅକ୍ତିଆରରେ ରଖିଥିଲେ ମଧ୍ୟ ଗତ କିଛିଦିନ ହେଲା ମଦାଙ୍ଗି ଗ୍ରାମର କିଛି ଲୋକ ଉକ୍ତ ଜମିକୁ ନିଜ ଅକ୍ତିଆରକୁ ନେବା ପାଇଁ ଉଦ୍ୟମ କରିଥିଲେ । ଏହି ଘଟଣାକୁ ନେଇ ଗତ କିଛିଦିନ ହେଲା ଉଭୟ ଗ୍ରାମ ମଧ୍ୟରେ ଅଶାନ୍ତି କୁହୁଲୁଥିବା ବେଳେ ଆଜି ଏହା ଉଗ୍ରରୁପ ଧାରଣ କରିଥିଲା । ମଦାଙ୍ଗି ଗ୍ରାମ ନିକଟରେ ଉଭୟ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୭ଜଣ ଆହତ ହୋଇଥିଲେ । ଖବର ପାଇ କୋଟଗଡ଼ ଥାନା ଅଧିକାରୀ ହରମୋହନ ନାୟକ, ସେକେଣ୍ଟ ଅଫିସର ନିଳାଞ୍ଜଳ ସେନାପତି ଓ ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ୍‍ ସହିତ ଏକ ପ୍ଳାଟୁନ୍‍ ପୋଲିସ୍‍ ଫୋର୍ସ ପହଞ୍ଚି ବୁଝାସୁଝା କରିଥିବା ବେଳେ ଘଟଣା ସ୍ଥଳରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳି ବିଧାୟକ ଚକ୍ରମଣି କହଁର, କୋଟଗଡ଼ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ, ତହସିଲ୍‍ଦାର ଲକ୍ଷ୍ମୀ ନାରାୟଣ ସାହୁ ଓ ବନ ବିଭାଗର କର୍ମଚାରୀମାନେ ମଧ୍ୟ ପହଞ୍ଚି ବୁଝାସୁଝା କରିଥିଲେ । ଉଭୟ ଗୋଷ୍ଠୀର ମୁଖିଆମାନଙ୍କୁ ଥାନାକୁ ଡ଼କାଯାଇ ଆଲୋଚନା କରାଯାଇଥିବା ବେଳେ  ବର୍ତ୍ତମାନ  ପରିସ୍ଥିତି ଶାନ୍ତ ଅଛି। ଅନ୍ୟପକ୍ଷରେ ଉଭୟ ଗ୍ରାମ ଉପରେ ପୁଲିସ୍‍ କଡ଼ା ନଜର ରଖି ବ୍ୟାପକ ପେଟ୍ରୋଲିଂ ଆରମ୍ଭ କରିଥିବା ଜଣାପଡିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ