କନକ ଦୁର୍ଗାଙ୍କର ବାସନ୍ତୀ ପୂଜା ଅନୁଷ୍ଠିତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମରେ ୩୧ ବର୍ଷରେ କନକଦୁର୍ଗାଙ୍କର ବାସନ୍ତୀ ପୂଜା ପଦାର୍ପଣ କରିଛି । ପ୍ରାରମ୍ଭରେ କପାଳୀ ନଦୀରୁ କଳସ ଅଣାଯାଇ ପୂଜା କର୍ମ ଆରମ୍ଭ ହୋଇଥିଲା । ପୂଜକ ପୀତବାସ ଶତପଥି, ରାମ ଚନ୍ଦ୍ର ଦାଶ, ନିଲୁ ପଣ୍ଡା ପୂଜା କାର୍ଯ୍ୟ ସଂପାଦନ କରିଥିଲେ । କର୍ତ୍ତା ଭାବେ ପୀତାମ୍ବର ପଣ୍ଡା, ନିର୍ମଳା ପଣ୍ଡା ଦାୟୀତ୍ୱ ତୁଲାଇଥିଲେ । ପୂଜା କାର୍ଯ୍ୟକ୍ରମରେ ସୁନାମଧନ୍ୟ ଗାୟକଙ୍କ ଦ୍ୱାରା ପାଲା ପରିବେଷଣ ହୋଇଥିଲା । ପୂଜାରେ ମା’ଙ୍କୁ ଦର୍ଶନ କରିବା ପାଇଁ ଆଖାପାଖ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସୋମବାର ଦଶହରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତ୍ୟେହ ସନ୍ଧ୍ୟାରେ ଭଜନ କୀର୍ତ୍ତନ ଅନୁଷ୍ଠିତ ହେଉଛି । କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ