କନ୍ଦରାସୁର ରାଜଦରବାର ଓ ତୁଳସୀ ବିବାହ ମହୋତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କନ୍ଦରାସୁର ରାଜ ଦରବାର ଓ ତୁଳସୀ ବିବାହ ମହୋତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ ଆଇନଜୀବି ନେପାଳ ପ୍ରକାଶ ସାମନ୍ତଙ୍କ ପୈାରହିତ୍ୟରେ ମହିପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୦୨୦ ମସିହାରେ ଅନୁଷ୍ଠିତ ହେବାକୁ ଯାଉଥିବା କନ୍ଦରାସୁର ରାଜ ଦରବାର ଓ ତୁଳସୀ ବିବାହ ମହୋତ୍ସବକୁ ଏକ ସାଂସ୍କୃତିକ ଓ ସାମାଜିକ ଆନ୍ଦୋଳନର ରୁପ ଦେବାକୁ ଏବଂ ତାହାକୁ ଏକ ମହା ମହୋତ୍ସବରେ ପରିଣତ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ଏଥିରେ ପ୍ରତିଷ୍ଠାତା କର୍ମକର୍ତ୍ତା ଭାବରେ ଆଇନଜୀବି ନେପାଳ ପ୍ରକାଶ ସାମନ୍ତ, ସଭାପତି ଭାବେ ରଞ୍ଜିତ କୁମାର ସାହୁ(ଧନି), କାର୍ଯ୍ୟକାରୀ ସଭାପତି ଭାବେ ବିଜୟ କୁମାର ପତି, ଉପସଭାପତି ସୁଜିତ ବଳ, ସମ୍ପାଦକ ଗଣେଶ୍ୱର ସାହୁ, ସହ ସମ୍ପାଦକ ଅକ୍ଷୟ ସେନାପତି, କୋଷାଧ୍ୟକ୍ଷ ଶିଶିର ନାୟକ, ସହ କୋଷାଧ୍ୟକ୍ଷ ବିନୋଦ ସାହୁ, ସାଂସ୍କୃତିକ ସମ୍ପାଦକ ଉମାକାନ୍ତ ଜେନା, ସହ ସାଂସ୍କୃତିକ ସମ୍ପାଦକ ଦିପକ ସାହୁ, ଆଇନ ପରାମର୍ଶଦାତା ବିବେକାନନ୍ଦ ସ୍ୱାଇଁ, ନାଟ୍ୟ ନିର୍ଦେଶନା ଅଭିମନ୍ୟୁ ଦାସ, ନାଟ୍ୟ ରଚନା ରବିନ୍ଦ୍ର ସେଠୀ ଓ ସୋମନାଥ ପାଲ, ନାଟ୍ୟ ରୂପାନ୍ତର ସଞ୍ଜୟ କୁମାର ମଲ୍ଲିକ, ନୃତ୍ୟ ନିର୍ଦେଶକ ପ୍ରକାନ୍ତ ମହାରଣା, ମ୍ୟାନେଜର ନାରାୟଣ ସାହୁ ଓ ଦୁର୍ବାଶ ସାହୁ, ମୁଖ୍ୟ ଉପଦେଷ୍ଟା ସୁବାଷ ସ୍ୱାଇଁ, ଉପଦେଷ୍ଟା ବାବେ ହାଡିବନ୍ଧୁ ସିଂ, ସୁକାନ୍ତ ଶତପଥି, ମହମ୍ମଦ ଆକବର ଅଲ୍ଲୀ, ଗୁଣନିଧି ଜଗତି, ଶରତ ବେହୁରା, ନୃସିଂହ ମଲ୍ଲିକ, ବ୍ରହ୍ମାନନ୍ଦ ତ୍ରିପାଠୀ, ଅଶୋକ ଷଣ୍ଢ, ପ୍ରଦିପ ନାୟକ, ଗୈାରାଙ୍ଗ ବାରିକ, ପିତବାସ ବେହେରା, ହିରଣ୍ୟ ପଣ୍ଡା, ଭାବଗ୍ରାହୀ ସିଂ, ଅଶୋକ ଲେଙ୍କା, ଗୋଲଖ ପଢିହାରୀ, ତୁଷାର ଘୋଷ, ମଧୁସୂଦନ ସାମଲ, ହୃଷିକେଶ ସାହୁ, ସୟଦ ଅବଦୁଲ ସତ୍ତାର, ଶଶିକାନ୍ତ ବଳ, ସୁକାନ୍ତ ବିଶ୍ୱାଳ, ସର୍ବେଶ୍ୱର ନାୟକ, ଧିରେନ୍ଦ୍ର ବେହେରା, ରତ୍ନାକର ସାହୁ, ଗଙ୍ଗାଧର ପାତ୍ର, ଶୁଭାଂଶୁ କୁମାର ଦାସ, ନିରାକାର ମହାରଣା, ହେମନ୍ତ ବେହୁରା, ରବିନ୍ଦ୍ର ରଥ, ଅନ୍ନଦା ପ୍ରସାଦ ମହାନ୍ତି, ଦିବାକର ସାହୁ, ଶିବ ପ୍ରସାଦ ମହାନ୍ତି,ବିଜୟ ପୋଇ, ନିରଞ୍ଜନ ଦାସ ପ୍ରମୁଖକଙ୍କୁ ନିର୍ବାଚିତ କରାଯାଇଛି । ଏଥର ଦୁଇଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ବହୁ ଉଚ୍ଚ କୋଟିର କରାଯିବାକୁ ସ୍ଥିର କରାଯାଇଛି । ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ନିକଟରୁ ଆଜ୍ଞାମାଳ ଓ କନ୍ଦରାସୁର ଦରବାର ନିମନ୍ତେ ଏକ ବିଶାଳ ପ୍ରୋସେସନରେ ମହିପାଳସ୍ଥିତ ରଙ୍ଗମଂଚ ନିକଟକୁ ଅଣାଯିବ । ଏଥିନିମନ୍ତେ ଏକ ସ୍ମରଣିକା ପ୍ରକାଶ କରାଯିବାକୁ ମଧ୍ୟ ସ୍ଥିର କରାଯାଇଛି । ସ୍ମରଣିକା ପାଇଁ ଜାନୁଆରୀମ।।ସ ୧୫ତାରିଖ ମଧ୍ୟରେ ଶୁଭାଂଶୁ କୁମାର ଦାସଙ୍କ ଠିକଣାରେ ଲେଖା ପଠାଇବାକୁ ଅନୁରୋଧ କରାଯାଇଛି ।


